Youth Swept Away in Drain: ଡ୍ରେନରେ ଭାସିଗଲେ ଯୁବକ; ପାଖାପାଖି ୨୦ ଘଣ୍ଟା ବିତିଲାଣି, ମିଳୁନି ପତ୍ତା
ଭୁବନେଶ୍ୱରରେ ବର୍ଷା ଆସୁ ଆସୁ ଅଘଟଣ। ଡ୍ରେନରେ ଭାସି ଜଣେ ଯୁବକ ନିଖୋଜ। ବାଣୀବିହାର ଡ୍ରେନରେ ଭାସି ଯୁବକ ନିଖୋଜ। ପ୍ରବଳ ସ୍ରୋତରେ ସ୍ଥାନୀୟ ଯୁବକ ଭାସିଗଲେ। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
ରାଜଧାନୀରେ ଡ୍ରେନରେ ଯୁବକ ଭାସିଯିବା ଘଟଣାକୁ ପାଖାପାଖି ୨୦ ଘଣ୍ଟା ବିତିଲାଣି । ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ମିଳୁନି ପତ୍ତା। ଗତକାଲି ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ପୁଣି ଅପରେସନ୍ ଜାରି ରହିଛି । ଗତକାଲି ବିଏମସି ମେୟର ଓ କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ତଦାରଖ କରିଛନ୍ତି।
- ରାଜଧାନୀରେ ଡ୍ରେନରେ ଯୁବକ ଭାସିଯିବା ଘଟଣା
- ପାଖାପାଖି ୨୦ ଘଣ୍ଟା ବିତିଲାଣି, ନିଖୋଜ ଯୁବକଙ୍କ ମିଳୁନି ପତ୍ତା
- ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ
- ବାଣୀବିହାର ଡ୍ରେନରେ ଭାସି ଯୁବକ ନିଖୋଜ ଅଛନ୍ତି