Car Trapped in Floodwater: ବର୍ଷାରେ ବେହାଲ ପାଟଣାଗଡ଼; ବୁଡ଼ିଲା କାର, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

Jul 05, 2026 - 13:41
Car Trapped in Floodwater:  ବର୍ଷାରେ ବେହାଲ ପାଟଣାଗଡ଼; ବୁଡ଼ିଲା କାର, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ବର୍ଷାରେ ବେହାଲ ପାଟଣାଗଡ଼। ବୁଡ଼ିଲା କାର ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଝଳିଆଲିଟି ଗାଁ ନିକଟରେ ଥିବା ରେଳୱେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତରେ ପାଣି ଜମିଥିଲା। ଯାତ୍ରୀଙ୍କ କାର ପାଣିରେ ଫସିଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ୪ଜଣ ଯାତ୍ରୀ। ପ୍ରାୟ ୧୦ଘଣ୍ଟାରୁ ଅଧିକ ସମୟ ହେବ ଫସି ରହିଛି କାର୍। ଗତକାଲି ରାତିରୁ କାରଟି ଫସିରହିଥିବା ଜଣାପଡିଛି। 

ସେପଟେ ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳ ରେ ବେହାଲ ପରିସ୍ଥିତି ଦେଖାଦେଇଛି। ଲାଠୋର ନିକଟରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଯାଉଥିବାରୁ ବଲାଙ୍ଗୀର-ନୂଆପଡ଼ା ରାସ୍ତା ଠପ ହୋଇପଡିଛି।

  • ବର୍ଷାରେ ବେହାଲ ପାଟଣାଗଡ଼
  • ବୁଡ଼ିଲା କାର, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
  • ପାଟଣାଗଡ ଝଳିଆଲିଟି ରେଳୱେ ଅଣ୍ଡର ଗ୍ରାଉଣ୍ଡ ଫସିଲା କାର୍
  • ଗତକାଲି ରାତିରୁ ଫସିରହିଛି କାର