Youth Swept Away in Drain: କୁଆଡେ ଭାସିଗଲେ ଯୁବକ, ନିଖୋଜର ୧୫ ଘଣ୍ଟା ପରେ ବି ମିଳୁନି ପତ୍ତା, ଖୋଜାଖୋଜି ଜାରି
ରାଜଧାନୀରେ ଡ୍ରେନରେ ଯୁବକ ଭାସି ନିଖୋଜ ଘଟଣା। ନିଖୋଜ ଯୁବକଙ୍କ ମିଳୁନି ପତ୍ତା। ୧୫ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ଯୁବକ ଜଣକର ପତ୍ତା ମିଳିପାରିନାହିଁ। ଗତକାଲିଠାରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ଅଗ୍ନିଶମ ବାହିନୀ ପକ୍ଷରୁ ଅପରେସନ୍ ଜୋରଦାର କରାଯାଇଛି।
ବିଏମସି ମେୟର ଓ କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଛନ୍ତି। ରାଜଧାନୀ ଭୁବନେଶ୍ବରରେ ବର୍ଷା ଆସୁଆସୁ ଅଘଟଣ ଘଟିଛି। ବାଣୀବିହାର ଡ୍ରେନରେ ପ୍ରବଳ ସ୍ରୋତରେ ଜଣେ ସ୍ଥାନୀୟ ଯୁବକ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି।