Rain Havoc in Gajapati: ଲଗାଣ ବର୍ଷା, ୮ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
Jul 05, 2026 - 12:25
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଗଛ ପଡି ୮ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ।
ଗଜପତି ଜିଲ୍ଲା ମୋହନା ବ୍ଲକ କଟମା ପଂଚାୟତ ପାଜିଗୁଡ଼ି ଘାଟି ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ଫଳରେ ପାଯିଗୁଡ଼ି , ତୁଆବଡି, ଜାଡ଼ିଙ୍ଗି ଗାଁ ସମେତ ୮ ଖଣ୍ଡ ଗାଁକୁ ଯାତାୟାତ ପ୍ରଭାବିତ ହୋଇଛି।