Youth Shot Dead in Broad Daylight: ୫ ରାଉଣ୍ଡ ଗୁଳି ଫୁଟାଇ ଦୁର୍ବୃତ୍ତ ଫେରାର, ଘଟଣାସ୍ଥଳରେ ଟଳିପଡ଼ିଲେ ଯୁବକ
ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼ କରି ହତ୍ୟା।
ସୋନପୁର ସାଲେପାଲୀ ରାସ୍ତାରେ ଯୁବକଙ୍କୁ ପ୍ରାୟ ୫ ରାଉଣ୍ଡ ଗୁଳି ହତ୍ୟା କରିଛନ୍ତି ଦୁର୍ବୃତ୍ତ।
ମୃତକ ଜଣଙ୍କ ହେଲେ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଧ ପଞ୍ଚାୟତର ସୁଦାମ ସୁନା।
ସୁଦାମ ଗଜବନ୍ଧ ଛକରେ ଏକ ଛୋଟ ୱେଲଡିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ।
ଗତକାଲି ସେ ସାଲେପାଲି-ପାଙ୍କେଲ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।
Advertisment ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ସୁଦାମଙ୍କ ମୃତ୍ୟୁ ଘଟିଥିଲା।
ହତ୍ୟା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ସମେତ ଡୁଙ୍ଗୁରିପାଲି ପୋଲିସ ଓ ବରଗଡ଼ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପୋଲିସ ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି।
ତେବେ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ଏବଂ କେଉଁ କାରଣରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
