Bhubaneswar Cafe Horror: କାଫେରେ ଜଳିଗଲେ ଯୁବତୀ, ୯୦% ପୋଡ଼ି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ।
ଇନଫୋସିଟି ଥାନା ପଥରଗାଡ଼ିଆର ଏକ କାଫେରେ ଯୁବତୀ ଜଣକ ଜଳିଯାଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଏନେଇ ଇନଫୋସିଟି ଥାନାକୁ ଖବର ମିଳିଥିଲା।
ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା।
ପ୍ରଥମେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।
ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
Advertisment ଡାକ୍ତରଙ୍କ ପ୍ରାଥମିକ ଆକଳନ ଅନୁସାରେ, ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି।
ସୂଚନା ମୁତାବକ, ଯୁବତୀ ଜଣକ ପୂର୍ବରୁ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ନର୍ସିଂ ଇନଷ୍ଟିଚ୍ୟୁଟରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ।
ପ୍ରାଥମିକ ତଦନ୍ତରୁ ପ୍ରେମ ସମ୍ପର୍କରେ ବିଚ୍ଛେଦକୁ ନେଇ ସେ ମାନସିକ ଚାପରେ ଥିବା ସନ୍ଦେହ କରାଯାଉଛି।
ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି।
ଗତ ରାତିରେ ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଘଟଣାସ୍ଥଳକୁ ଯାଇ ତଦନ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି।
କାହିଁକି ଏବଂ କେଉଁ ଭଳି ପରିସ୍ଥିତିରେ ଘଟିଲା ଏଭଳି ଅଭାବନୀୟ ଘଟଣା?
ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଇନଫୋସିଟି ପୋଲିସ ତଦନ୍ତ ଜାରି ରଖିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
