Youth has gone missing ଜଙ୍ଗଲକୁ ଯାଇ ଅଚାନକ ଗାଏବ ହୋଇଗଲେ ଯୁବକ

Aug 28, 2026 - 18:09
Youth has gone missing  ଜଙ୍ଗଲକୁ ଯାଇ ଅଚାନକ ଗାଏବ ହୋଇଗଲେ ଯୁବକ

"ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଚନ୍ଦନଜୁରୀ ଗାଁରେ ଜଙ୍ଗଲକୁ ଯାଇଥିବା ଜଣେ ଯୁବକ ଅଚାନକ ନିଖୋଜ ହୋଇଯାଇଥିବା ‌ଘଟଣା ସମ୍ପ୍ରତି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥବା ବେଳେ ଏଯାଏଁ କୌଣସି ସୁରାକ ମିଳିପାରିନାହିଁ।Advertisment minor girl case ୯ମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ, ଯୁବକ ଅଟକ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ ନିଜ ଶାଳୀକୁ ନେଇ ରାତିରେ ଚାଲିଯିବାକୁ ଯୋଜନା କରିଥିଲେ।

ଏହା ଜାଣି ପରିବାର ଓ ଗାଁ ଲୋକେ ଖେଜାଖୋଜି କରିଥିଲେ, ଶାଳୀଙ୍କୁ ଅକ୍ଷତ ଉଦ୍ଧାର କରାଯାଇଥିଲା, କ୍ଷେତ୍ରଙ୍କ କୌଣସି ଟେର୍‌ ପାଇନଥିଲେ।

ନିକଟସ୍ଥ ଜଙ୍ଗଲରେ ବରହା ଫାଶ ଲଗାଇ ଥିବା ଏକ ସ୍ଥାନରେ କ୍ଷେତ୍ର ବାଗଙ୍କ ଚପଲ ପଡ଼ିଥିଲା।

ଆଖାପଖରେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଚିହ୍ନ ମିଳିନଥିଲା।

Accident: ରାଜଧାନୀ ରାସ୍ତାରେ ଜଳିଗଲେ ଯୁବକ: କିରାସିନି ଢାଳି ଆତ୍ମାହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି ଗାଁଲୋକ ଅନୁମାନ କରୁଛନ୍ତି ଯେ ଖେତ୍ର ବରହା ହାତରେ ପଡି ମ୍ରୁତ୍ୟୁ ଘଟିବା ପରେ ଶିକାରୀମାନେ ଶବକୁ ଅନ୍ୟସ୍ଥାନରେ ଫିଙ୍ଗି ଦେଇଥିଇପାରନ୍ତି।

ଖେତ୍ରର ଶାଳୀ ମୁକ ଥିବାରୁ ଏନେଇ ସେ କିଛି କହିପାରୁନାହିଁ।

ଏନେଇ ପୁଲିସ ବିଶେଷଜ୍ଞଙ୍କ ସହାୟତା ନେବାକୁ ଯୋଜନା କରିଛି।

ପୁଲିସ ସମ୍ପ୍ରତି ସନ୍ଧାନୀ କୁକୁର ଟିମ୍‌ ନେଇ ଖୋଜ ଅଭିଯାନ ଆରମ୍ଭ କରିଛି।

ଖବର ଲେଖାଯିବା ବେଳକୁ କ୍ଷେତ୍ରର କୌଣସି ସୁରାକ ମିଳିପାରିନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)