Youth Found Dead : କଟକରେ ଚାଞ୍ଚଲ୍ୟ: ଅଟୋ ମିରରରୁ ଉଦ୍ଧାର ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

Nov 09, 2026 - 10:30
Youth Found Dead : କଟକରେ ଚାଞ୍ଚଲ୍ୟ: ଅଟୋ ମିରରରୁ ଉଦ୍ଧାର ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କଟକ : ଅଟୋ ମିରରରେ ଝୁଲୁଛି ଯୁବକ ଙ୍କ ମୃତଦେହ ।

କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁର ଇଦ୍‌ଘା ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକ ହେଉଛନ୍ତି ଜାଭିର ମହମ୍ମଦ ।

ଏକ ଅଟୋର ମିରରରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Advertisment ସୂଚନା ଅନୁସାରେ, ସକାଳେ ଗ୍ରାମର ଇଦ୍‌ଘା ପଡ଼ିଆରେ ଥିବା ଏକ ଅଟୋର ମିରରରେ ଜାଭିରଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।

ଏହା ଦେଖିବା ପରେ ତୁରନ୍ତ କଟକ ସଦର ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତ୍ୟୁର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଏକାଧିକ ସନ୍ଦେହ ସୃଷ୍ଟି ହୋଇଛି ।

ଜାଭିରଙ୍କୁ ହତ୍ୟା କରିବା ପରେ ଅଟୋରେ ଝୁଲାଇ ଦିଆଯାଇଥିବା ଆଶଙ୍କା କରାଯାଉଛି ।

ଏହା ପଛରେ ପୂର୍ବ ଶତ୍ରୁତା ରହିଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

ତେବେ ଏହି ସବୁ ଆଶଙ୍କାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଯୁବକଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା, ତାହା ଏବେ ବି ଅସ୍ପଷ୍ଟ।

ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ ।

Cuttack Fire, Minor Dies: କଟକ ହାତୀପୋଖରୀରେ ଭୟାବହ ଅଗ୍ନିକାଣ୍ଡ: ନାବାଳକ ମୃତ; ବୟସ୍କ ଗୁରୁତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)