Youth Death: ପାଣି ସୁଅରେ ଭାସି ଯୁବକ ନିଖୋଜ, ୬ ଘଣ୍ଟା ପରେ ମୃତଦେହ ଉଦ୍ଧାର

Aug 13, 2026 - 16:06
Youth Death: ପାଣି ସୁଅରେ ଭାସି ଯୁବକ ନିଖୋଜ, ୬ ଘଣ୍ଟା ପରେ ମୃତଦେହ ଉଦ୍ଧାର

"ବୈଶିଙ୍ଗା/ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁସିଆ ଡ୍ୟାମର ଜୁଣପଦା ନିକଟରେ ପାଣି ସୁଅରେ ଭାସି ଯାଇ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିବାବେଳେ, ପ୍ରାୟ ୬ ଘଣ୍ଟାର ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକ ହେଲେ କୋଚିଳାଖୁଣ୍ଟା ପଞ୍ଚାୟତ ଅଧୀନ ପାଉଁସିଆ ଗ୍ରାମର ଛୁଟୁ କଟୁଆଳଙ୍କ ୩୫ ବର୍ଷୀୟ ପୁଅ ପ୍ରଫୁଲ ଖଟୁଆଳ।Advertisment ସୂଚନା ଅନୁଯାୟୀ, ପ୍ରଫୁଲ ମାଛ ଧରିବା ପାଇଁ ପାଉଁସିଆ ଡ୍ୟାମକୁ ଆସିଥିଲେ।

ତେବେ ଡ୍ୟାମ ନିକଟରେ ପାଣିର ପ୍ରଖର ସୁଅରେ ସେ ଭାସିଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ।

ଏହାପରେ ସେ ନିଖୋଜ ହୋଇଯିବାରୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଥିଲା।

ଖବର ପାଇ ବଡ଼ସାହି ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।

ପ୍ରାୟ ୬ ଘଣ୍ଟା ଧରି ଅକ୍ଲାନ୍ତ ଖୋଜାଖୋଜି ପରେ ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ବ୍ରିଜ୍ ନିକଟରେ ପ୍ରଫୁଲଙ୍କ ମୃତଦେହ ଲାଗି ରହିଥିବା ଦେଖି ଉଦ୍ଧାର କରାଯାଇଥିଲା।

ଘଟଣାସ୍ଥଳରେ ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ପୁଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ଏନେଇ ବଡ଼ସାହି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରଫୁଲଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପାଉଁସିଆ ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲା ଓଡ୍ରାପ  ସେହିପରି, ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦର ପୁର ପଞ୍ଚାୟତ ନୂଆଁ ଗାଁ ଗ୍ରାମର ବାଜୁନ ହାଁସଦା ( ୩୦) ସଂକରାଇ ନାଳରେ ବନ୍ୟାଜଳ ଦେଖୁଥିବା ବେଳେ ଅସାବଧାନତା ଯୋଗୁ ବଢ଼ି ପାଣିରେ ପଡ଼ି ବହୁ ଦୂର ଭାସି ଯାଇ ଏକ ବାଉଁଶକୁ ଧରି ଅଟକି ରହିଯାଇଥିଲେ।

ବଞାଅ ବଞ୍ଚାଅ ଚିତ୍କାର କରିବାରୁ ଗ୍ରାମବାସୀ ଦମକଳ ବାହିନୀ, ପୁଲିସ, ତହସିଲକୁ ଖବର ଦେଇଥିଲେ।

ଖବର ପାଇ ଓଡ୍ରାପ ଟିମ ପହଞି ଯୁବକଙ୍କୁ ଉଦ୍ଧାର କରିଥିଲା।

ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି।

ବର୍ତ୍ତମାନ ଯୁବକ ଜଣକ ସୁସ୍ଥ ଅଛନ୍ତି।

Heavy rain: ଲଗାଣ ବର୍ଷାରେ ଧୋଇଗଲା ପୋଲ, ବାରିପଦାର ରାସଗୋବିନ୍ଦପୁର- ଅମର୍ଦ୍ଦା ଯାତାୟାତ ଠପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media