Your story: ତୁମ ଗପ: ସିଂହ ଓ ପିମ୍ପୁଡ଼ି

Aug 23, 2026 - 04:36
Your story: ତୁମ ଗପ: ସିଂହ ଓ ପିମ୍ପୁଡ଼ି

"ତସନିମ୍ ସୁଲତାନା ସିଂହ ନିଜକୁ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଜୀବ ମାନୁଥିଲା।

ସେଇଥି ପାଇଁ ତ ସେ ଜଙ୍ଗଲର ରାଜା ଥିଲା।

ଜଙ୍ଗଲ ମଧ୍ୟରେ ତା"ର ବିଶାଳ ରାଜପ୍ରସାଦକୁ ଦେଖି ସମସ୍ତ ପଶୁପକ୍ଷୀଙ୍କ ଆଖି ଲାଖି ଯାଉଥିଲା।

ଏଥିରେ  ବିରାଟ ବିରାଟ କୋଠରି ସବୁ ରହିଥିଲା।

ରାଜାରାଣୀଙ୍କ ଗାଧୁଆଘର, ବିଶ୍ରାମ ଗୃହ ଏହିପରି ଅନେକ ଗୃହ ରହିଥିଲା।

ସେଇ ଜଙ୍ଗଲରେ ସିଂହର ପଡ଼ୋଶୀ ପିମ୍ପୁଡ଼ିଟିଏ ଥିଲା।

ପିମ୍ପୁଡ଼ିର ବାସସ୍ଥଳୀ ବହୁତ ଛୋଟ ଥିଲା।

ସିଂହ ସବୁବେଳେ ଅଯଥାରେ ପିମ୍ପୁଡ଼ିସହ ଝଗଡ଼ା କରେ।

ସେ ମନେ ମନେ ଭାବେ ଏ ପିମ୍ପୁଡ଼ି ଯୋଗୁଁ ମୋ ରାଜପ୍ରସାଦର ଶୋଭା ଦିନକୁ ଦିନ କମି ଯାଉଛି।

Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା ଦିନେ ସେ ତା ମନ କଥା ପିମ୍ପୁଡ଼ିକୁ କହିଲା ଓ ତାକୁ ଏହି ସ୍ଥାନ ତୁରନ୍ତ ଛାଡ଼ିବାକୁ କହିଲା।

ବର୍ଷା ଦିନ ଥିଲା।

ନୂତନ କୋଠରି ତିଆରି କରିବା ପିମ୍ପୁଡ଼ି ପକ୍ଷେ କଷ୍ଟକର ଥିଲା।

ପିମ୍ପୁଡ଼ି ଯେତେ ନେହୁରା ହେଲେ ବି ସିଂହ ତା କଥା ଶୁଣିଲା ନାହିଁ।

ସିଂହ ସୈନ୍ୟଦଳ ଲଗାଇ ତା ବାସସ୍ଥଳୀକୁ ଭାଙ୍ଗି ଦେଲା।

ଏଥିରେ ପିମ୍ପୁଡ଼ିର ଗଚ୍ଛିତ  ସମସ୍ତ ଖାଦ୍ୟଭଣ୍ଡାର ନଷ୍ଟ ହୋଇଗଲା।

ପିମ୍ପୁଡି ବହୁତ ମନ ଦୁଃଖ କଲା।

ଏମିତି କିଛି ଦିନ ବିତିଗଲା।

ଦିନେ ଜଙ୍ଗଲରେ କିଛି ଶିକାରୀ ପ୍ରବେଶ କଲେ।

ସେମାନେ ସିଂହଛାଲ ବେପାରି ବୋଲି ପିମ୍ପୁଡ଼ି ସେମାନଙ୍କ କଥାବାର୍ତ୍ତାରୁ ଜାଣି ପାରିଲା।

ସେମାନଙ୍କ ସିଂହ ଶିକାର ଯୋଜନାକୁ ପଣ୍ଡ କରିବା ପାଇଁ ସେ ସମସ୍ତ ପିମ୍ପୁଡ଼ି ଦଳକୁ ଆଦେଶ ଦେଲା।

ଜଙ୍ଗଲି ଜନ୍ଦା ଓ ପିମ୍ପୁଡ଼ିମାନଙ୍କ ଆକ୍ରମଣରେ ଶିକାରୀ ଦଳ ଆହତ ହୋଇ ସେମାନଙ୍କ ସମସ୍ତ ଅସ୍ତ୍ର ଶସ୍ତ୍ର ଛାଡ଼ି ସେଠାରୁ ପଳାୟନ କଲେ।

ଏହି ଖବର ଚାରିଆଡ଼େ ପ୍ରଚାର ହୋଇଗଲା।

ସିଂହ ପିମ୍ପୁଡ଼ିକୁ ନିଜର ଅତୀତର ଭୁଲ ପାଇଁ କ୍ଷମା ମାଗିଲା।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ସିଂହ କହିଲା -ମୁଁ ତୁମର ଏତେ କ୍ଷତି କଲି, ତୁମେ ଚାହିଁଥିଲେ,ଟିକିଏ ଚୁପ ରହିଯାଇ ମୋର ପ୍ରତିଶୋଧ ନେଇ ପାରିଥାନ୍ତ।

ପିମ୍ପୁଡ଼ି କହିଲା- ପ୍ରତିଶୋଧ ସମସ୍ୟାର ସମାଧାନ ନୂହେଁ।

ଏହାଦ୍ବାରା ବିଶୃଙ୍ଖଳା ସୃଷ୍ଟି ହୁଏ।

ଜଙ୍ଗଲରେ ସମସ୍ତ ପଶୁପକ୍ଷୀଙ୍କ ବାସସ୍ଥଳୀ ରହିଛି।

ଏହା ଛୋଟ ହେଉ କି ବଡ଼ ଏଥିରେ କିଛି ଯାଏ ଆସେ ନାହିଁ।

ନିଜ ବାସସ୍ଥଳୀକୁ ଅନ୍ୟଠାରୁ ଭଲ ସାବ୍ୟସ୍ତ କରିବା ପାଇଁ, ଅନ୍ୟର ବାସସ୍ଥଳୀକୁ ଭାଙ୍ଗି ଦେବା କାମ ଠିକ ନୁହେଁ ।

ଏକଥା ଜଙ୍ଗଲର ରାଜା ହୋଇ ଆପଣ ବୁଝିବା ଦରକାର।

ସିଂହ ନିଜର ଭୁଲ ବୁଝି ପାରିଲା ଓ ରାଜଧର୍ମ ପାଳନ ପାଇଁ ସମସ୍ତଙ୍କୁ କଥାଦେଲା।

ଅଷ୍ଟମ ଶ୍ରେଣୀ, କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,କାକଟପୁର,ପୁରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)