Youngest Daitapati Begins Anasara Seva: ମହାପ୍ରଭୁଙ୍କ ସେବାରେ କୁନି ସେବାୟତ, ସର୍ବକନିଷ୍ଠ ଦଇତାପତି ସେବକର ମାନ୍ୟତା ପାଇଛନ୍ତି

Jul 06, 2026 - 10:22
Youngest Daitapati Begins Anasara Seva: ମହାପ୍ରଭୁଙ୍କ ସେବାରେ କୁନି ସେବାୟତ, ସର୍ବକନିଷ୍ଠ ଦଇତାପତି ସେବକର ମାନ୍ୟତା ପାଇଛନ୍ତି

ମହାପ୍ରଭୁଙ୍କ ଅଣସର ସେବାରେ କୁନି ଦଇତାପତି। ଅଣସର ତାଟିକୁ ଯାଇଛନ୍ତି କୁନି ଦଇତା। ସେବକ ଭାବରେ ଗଣତି ହୋଇ ସେବା ଆରମ୍ଭ କରିଛନ୍ତି। ଦୋଳମଣ୍ଡପ ସାହିର ଶିବାନୀ ଦାସ ମହାପାତ୍ରଙ୍କ ପୁଅ ଶ୍ରୀଅଂଶ ଦାସ ମହାପାତ୍ର। ସେ ଅନବସରର ଷଷ୍ଠ ଦିନ ଅର୍ଥାତ୍ ଓଷ ଲାଗି ଦିନ ଅଣସର ପିଣ୍ଡିରେ ବିଜେ ଶ୍ରୀଜିଉଙ୍କୁ ପାଉଣା ଭେଟି ଦେବା ସହ ଚକଟା ଭୋଗ ସେବନ କରି  ସର୍ବକନିଷ୍ଠ ଦଇତାପତି ସେବକର ମାନ୍ୟତା ପାଇଛନ୍ତି। 

ଶ୍ରୀଅଂଶ ମକୁଟା ପିନ୍ଧି ନିଜ ଜେଜେ ବାପା ଜଗନ୍ନାଥ ଦାସମହାପାତ୍ର, ବଡ ବାପା ଭବାନୀ ଦାସମହାପାତ୍ର ଓ ବାପାଙ୍କ ସହ ଦଇତାପତିଙ୍କ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ ପରେ ଅଣସର ତାଟି ଦେଇ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ନିକଟକୁ ଯାଇଥିଲେ। ସେଠାରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ନିଜ ହାତରେ ପାଉଣା ଭେଟି ଦେଇ ସେବା ସ୍ବୀକାର କରିଛନ୍ତି। 

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହପ୍ରଭୁ ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବାରୁ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଏହି କୁନି ଦଇତାପତି ସେବାୟତ ଶ୍ରୀମନ୍ଦିରକୁ ଯାଇଛନ୍ତି। ଦଇତାକୁଳର ପରମ୍ପରା ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତା ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି।