Heavy Rain to Continue: ସ୍ଥଳଭାଗ ଅତିକ୍ରମ କଲା ଅବପାତ, ଆଜି ପାଇଁ ୧୭ ଜିଲ୍ଲାକୁ ୱାର୍ଣ୍ଣିଂ
ସ୍ଥଳଭାଗ ଅତିକ୍ରମ କଲା ଅବପାତ। ବାଲେଶ୍ବର ନିକଟରୁ ଅବପାତ ଉତ୍ତର ଉପକୂଳ ଓଡିଶା ଅତିକ୍ରମ କରିଛି। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି।
ଏହା ପ୍ରଭାବରେ ରାଜ୍ୟରେ ଆଜି ମଧ୍ୟ ବର୍ଷା ଲାଗି ରହିବ। ବରଗଡ, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡା ଏବଂ ବଲାଙ୍ଗୀରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି କଟକ, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୟାଗଡ ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।