Young India Parliament 2026 ଯୁବ ଭାରତ ସଂସଦ- ୨୦୨୬ର ଉଦ୍ଘାଟନ କଲେ ରାଜ୍ୟପାଳ
"ଭୁବନେଶ୍ୱର: ଶୁକ୍ରବାର କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଭୁବନେଶ୍ୱର ଚାପ୍ଟର ଦ୍ୱାରା କଳିଙ୍ଗ ଷ୍ଟାଡିଅମର ଟେନିସ ଅଡିଟୋରିୟମଠାରେ ୟଙ୍ଗ ଇଣ୍ଡିଆ ପାର୍ଲିଆମେଣ୍ଟ ୨୦୨୬ ଉଦ୍ଘାଟିତ ହୋଇଯାଇଛି।
ଦୁଇଦିନ ଧରି ଏହି ଯୁବ ସଂସଦ ଚାଲିବ।
Advertisment Odisha Governor Advises ୨୦୨୩ ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, ଜନକଲ୍ୟାଣ ଯୋଜନାକୁ ଭଲଭାବେ ଜାଣନ୍ତୁ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ।
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରକୃତ ନେତୃତ୍ୱ ତର୍କ ଜିତିବାରେ ନୁହେଁ ବରଂ ସମାଜ ଓ ଦେଶର କଲ୍ୟାଣ ପାଇଁ ସମାଧାନ ଖୋଜିବାରେ ନିହିତ।
ସଂସଦ ଓ ବିଧାନସଭାକୁ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧର ଜୀବନ୍ତ ସ୍ତମ୍ଭ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଏହି ପ୍ରତିଷ୍ଠାନଗୁଡ଼ିକ ବିବିଧ ମତାମତର ମିଳନସ୍ଥଳ, ନୀତି ବିତର୍କ, ଆଇନ ପ୍ରଣୟନ ଓ ସରକାରଙ୍କ ଉତ୍ତରଦାୟୀତ୍ବ ନିଶ୍ଚିତ କରିବାର ମଞ୍ଚ ପ୍ରଦାନ କରେ।
ଗଠନମୂଳକ ବିତର୍କ, ଯୁକ୍ତିପୂର୍ଣ୍ଣ ଆଲୋଚନା ଓ ସମ୍ମାନଜନକ ଅସମ୍ମତି ହିଁ ଏକ ସଚଳ ଗଣତନ୍ତ୍ରର ଲକ୍ଷଣ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ଆତ୍ମସୁରକ୍ଷା ଆହ୍ୱାନକୁ ଅବତାରଣା କରି ରାଜ୍ୟପାଳ ଯୁବପିଢିକୁ ଆହ୍ୱାନ ଦେଇଥିଲେ ଯେ, ପଶ୍ଚିମ ଏସିଆର ଭୂ-ରାଜନୈତିକ ପରିସ୍ଥିତି ଓ ଆମଦାନି ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବୈଦ୍ୟୁତିକ ଯାନବାହନ ଆପଣାଇବା ଜରୁରୀ।
ନିଜର ଅଫିସିଆଲ କନଭଏରେ ବୈଦ୍ୟୁତିକ ଯାନ ବ୍ୟବହାର କରାଯାଉଥିବା କଥା ଉଲ୍ଲେଖ କରି ସେ କହିଥିଲେ ଯେ, ବ୍ୟକ୍ତିଗତ ଆଚରଣ ପରିବର୍ତ୍ତନ ଜାତୀୟ ଆତ୍ମନିର୍ଭରତା ଓ ସ୍ଥିର ଉନ୍ନୟନରେ ବଡ଼ ଯୋଗଦାନ ଦେଇପାରିବ।
Odisha Governor at Mahendragiri ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ୍ କାଉନ୍ସିଲ ଭାଇସ ଚେୟାରମ୍ୟାନ ମଣିକାନ୍ତ ନାୟକ ଓ ୟଙ୍ଗ ଇଣ୍ଡିଆ ଭୁବନେଶ୍ୱରର ମେଣ୍ଟର ବିଶାଲ ଦାଲମିଆ ମଧ୍ୟ ଏହି ଅବସରରେ ଉଦବୋଧନ ଦେଇଥିଲେ।
ୟଙ୍ଗ ଇଣ୍ଡିଆ ଭୁବନେଶ୍ୱରର ଚେୟାରପର୍ସନ ଗୌରବ ଗୋଏଲ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋ-ଚେୟାରପର୍ସନ ପ୍ରୋଶିଷ ଗୋଲ୍ୟାନ ଧନ୍ୟବାଦ ଅର୍ପଣ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।