Kendua Panchayat Issue କେନ୍ଦୁଆ ପଞ୍ଚାୟତ: ୧୦ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ଲାଗିଥିଲା ବିବାଦ, ଶେଷରେ ଅବସାନ ଘଟିଲା

Jul 24, 2026 - 21:39
Kendua Panchayat Issue କେନ୍ଦୁଆ ପଞ୍ଚାୟତ: ୧୦ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ଲାଗିଥିଲା ବିବାଦ, ଶେଷରେ ଅବସାନ ଘଟିଲା

"ବୈଶିଙ୍ଗା: ବେତନଟୀ ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଆ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ସ୍ଥାପନକୁ ନେଇ ଗତ ଦଶବର୍ଷ ଧରି ଚାଲିଆସୁଥିବା ବିବାଦର ଅବସାନ ଘଟିଛି।

ଶୁକ୍ରବାର ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ବିପୁଳ ଜନମତ ଓ ଜନସମର୍ଥନକୁ ଆଧାର କରି ମୋହନପୁରଠାରେ ନୂତନ କେନ୍ଦୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରାଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।Advertisment ସୂଚନାଯୋଗ୍ୟ, ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଶାସନିକ ବିକେନ୍ଦ୍ରୀକରଣ ଓ ଜନସାଧାରଣଙ୍କୁ ସରକାରୀ ସେବା ସୁଲଭ କରିବା ଉଦ୍ଦେଶ୍ୟରେ ବୈଶିଙ୍ଗା ଗ୍ରାମପଞ୍ଚାୟତକୁ ବିଭାଜନ କରି କେନ୍ଦୁଆ ଗ୍ରାମପଞ୍ଚାୟତ ଗଠନ କରାଯାଇଥିଲା।

ମାତ୍ର ନୂତନ ପଞ୍ଚାୟତ ଗଠନର ଦଶବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନ ଚୟନକୁ ନେଇ ବିବାଦ ଲାଗି ରହିଥିବାରୁ ସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନଥିଲା।

ଏନେଇ ଗୋଟିଏ ଗୋଷ୍ଠୀ ପଞ୍ଚାୟତ ସମ୍ମୁଖରେ କିଛି ଦିନ ଧରି ଧାରଣାରେ ବସିଥିଲେ l  ଏହି ସମସ୍ୟାର ସମାଧାନ ପାଇଁ ବେତନଟୀ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇଥିଲା।

ବୈଠକରେ ବିଡିଓ ମୁନା ସେଠୀ, ତହସିଲଦାର ଚନ୍ଦ୍ରଜିତ ବେହେରା, ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଆଇଆଇସି ବାରିଣୀ ଦାସ, ଏବିଡିଓ ଗଗନ ବିହାରୀ ବେହେରା, କେନ୍ଦୁଆ ସରପଞ୍ଚ ମନମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସମସ୍ତ ୧୧ୱାର୍ଡରୁ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ସେହିଭଳି ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୨ପ୍ଲାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ କରାଯାଇଥିଲା l  Block Protest: ୧୦ ମାସ ହେଲା ଭାପୁର ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ହୋଇନାହିଁ ଗ୍ରାମସଭାରେ ବିଭିନ୍ନ ପକ୍ଷର ମତାମତ ଗ୍ରହଣ କରାଯିବା ପରେ ମୋହନପୁରଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସପକ୍ଷରେ ୨୫୦୦ରୁ ଅଧିକ ଲୋକ ମତବ୍ୟକ୍ତ କରିଥିଲେ।

ସର୍ବାଧିକ ଜନମତ ଓ ଜନସମର୍ଥନକୁ ସମ୍ମାନ ଜଣାଇ ପ୍ରଶାସନ ମୋହନପୁରଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛି।

ଏନେଇ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଓ ପରବର୍ତ୍ତୀ ପଦକ୍ଷେପ ଖୁବଶୀଘ୍ର ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

Panchayat & ULB elections ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି:  ଅକ୍ଟୋବରରୁ ସର୍ଭେ, ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ତାଲିକା ଦୀର୍ଘ ଦଶବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନ ହେବା ସହ କେନ୍ଦୁଆ ପଞ୍ଚାୟତବାସୀଙ୍କ ମଧ୍ୟରେ ଆଶା ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।

ନୂତନ କାର୍ଯ୍ୟାଳୟ ନିର୍ମାଣ ହେଲେ ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟ ଅଧିକ ସୁଚାରୁ ଭାବେ ପରିଚାଳିତ ହେବା ସହ ଜନସାଧାରଣ ସରକାରୀ ସେବା ଓ ବିଭିନ୍ନ ଯୋଜନାର ସୁବିଧା ସହଜରେ ପାଇପାରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।