Bahuda Yatra 2026: ବାହୁଡ଼ିଲେ ସାଆନ୍ତ; ବାହୁଡ଼ାଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

Jul 24, 2026 - 22:57
Bahuda Yatra 2026: ବାହୁଡ଼ିଲେ ସାଆନ୍ତ; ବାହୁଡ଼ାଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

"ପୁରୀ: ଜନ୍ମବେଦିରେ ନଅଦିନର ଲୀଳାଖେଳା ଶେଷ କରି କୋଟି କୈବଲ୍ୟନାଥ, ବିଶ୍ବନିୟନ୍ତା ଚତୁର୍ଦ୍ଧାମୂର୍ତ୍ତି ଆଜି ଶରଧାବାଲିରୁ ସିଂହଦ୍ବାରକୁ ବାହୁଡ଼ିଛନ୍ତି।

ନିର୍ମଳ ଆକାଶ ଓ ବିନା ବର୍ଷା, ବିନା ବାଧାରେ ମହାପ୍ରଭୁଙ୍କ ବାହୁଡ଼ା ନୀତି ସଂପନ୍ନ ହୋଇଛି।

ମହାପ୍ରଭୁଙ୍କ ତିନି ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାରରେ ଲାଗିଛନ୍ତି।

ଭଲ ପାଗ ‌ଯୋଗୁଁ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରି କୋଟିପୁଣ୍ୟ ଫଳପ୍ରାପ୍ତି ଆଶାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ସମାଗମ ହୋଇଥିଲା।

ଶନିବାର ଦ୍ବାଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ।

ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି।Advertisment ସନ୍ଧ୍ୟା ୫ଟା ୩୫ରେ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ଗଡ଼ିଥିଲା।

ସିଂହଦ୍ବାର ସାମ୍ନାରେ ନନ୍ଦିଘୋଷ ୧୦ଟା ୫୫ରେ ପହଞ୍ଚି ଥିଲା।

ଏକ ନିଆରା ଭକ୍ତିମୟ ପରିବେଶ ମଧ୍ୟରେ ତିନି ରଥଙ୍କୁ ଶ୍ରଦ୍ଧାଳୁମାନେ ଟାଣି ନେଉଥିଲେ।

ଅପରାହ୍‌ ୪ଟା ୩୦ରେ ବଡ଼ଠାକୁରଙ୍କ ତାଳଧ୍ବଜକୁ ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ।

ରଥ ଉପରେ ‌ଗଜପତି ମହାରାଜା ଛେରାପହଁରା ନୀତି ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ କରିଥିଲେ।

ତିନି ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କଲା ପରେ ଭକ୍ତମାନେ ହରିବୋଲ ସହିତ ଘଣ୍ଟ ବଜାଇ ତାଳଧ୍ବଜକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ।

ଏହା ପୂର୍ବରୁ ଶ୍ରୀନଅର ସାମ୍ନାରେ ନନ୍ଦିଘୋଷ ଲାଗିଲା।

ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା।

ଶ୍ରୀନଅରରେ ପହଞ୍ଚିବା ପୂର୍ବରୁ ମହାପ୍ରଭୁଙ୍କୁ ମାଉସୀମା ପୋଡ଼ପିଠା  ଖୁଆଇ ଥିଲେl ମହାପ୍ରଭୁଙ୍କ ମାନବୀୟ ଲୀଳାରେ ମାଉସୀମା"ଙ୍କ ସ୍ନେହ ମମତାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି।

ଛପନ ପଉଟି ଭୋଗର ଅଧୀଶ୍ବର କ୍ଷଣେ ମାଉସୀମା"ଙ୍କ ନିକଟରେ ଅଟକି ଯିବା ପରେ ପୋଡ଼ ପିଠା ସମର୍ପଣ କରିଥିଲେ ପୂଜାପଣ୍ଡା ସେବକ।

ତିନି ଠାକୁରଙ୍କ ପାଇଁ ୩ଟି ପୋଠ ପିଠା ପ୍ରସ୍ତୁତ ହୋଇଥିଲା।

Puri Bahuda Yatra: ରତ୍ନବେଦିକୁ ବାହୁଡ଼ିବାବେ ମହାପ୍ରଭୁ, ଶରଧାବାଲିରେ ପ୍ରସ୍ତୁତି ଆରମ୍ଭ ସୂଚନାଯୋଗ୍ୟ, ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଆଜି ଭୋର ୪ଟାରେ ମଙ୍ଗଳ ଆଳତି ଆରମ୍ଭ ହୋଇଥିଲା।

ଏହା ପରେ ମଇଲମ, ବେଶ ଶେଷ ସହିତ ଅନ୍ୟ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା।

ପୂର୍ବାହ୍‌ଣ ୧୧ଟା ୧୦ରେ ପହଣ୍ଡି ଆରମ୍ଭ କରାଯାଇଥିଲା।

ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ସୁଦର୍ଶନ ପହଣ୍ଡିରେ ରଥ ଉପରେ ବିରାଜମାନ କରିଥିଲେ।

୧୧ଟା ୪୫ରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ଏବଂ ୧ଟା ୪୦ରେ ରଥାରୁଢ଼ ହୋଇଥିଲେ।

୧୨ଟା ୧୦ରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇ ଅପରାହ୍‌ଣ ୨ଟା ୧୦ରେ ଶେଷ ହୋଇଥିଲା।

ଶେଷରେ କାଳିଆ ସାଆନ୍ତଙ୍କର ପହଣ୍ଡ ହୋଇଥିଲା।

ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ କାଳିଆ ସାଆନ୍ତ ଶ୍ରୀମନ୍ଦିରକୁ ଯିବା ପାଇଁ ପହଣ୍ଡି ଆରମ୍ଭ କରିଥିଲେ।

ଦିବ୍ୟ ଯାତ୍ରାରେ ଭକ୍ତି ଓ ଆଧ୍ୟାତ୍ମିକ ଉଲ୍ଲାସରେ ଦୋହଲି ଉଠିଛି ପୁରୀ ବଡ଼ଦାଣ୍ଡ।

ଅପରାହ୍‌ଣ ୨ଟା ୩୦ରେ ପ୍ରଭୁ ଜଗନ୍ନାଥ ରଥାରୁଢ଼ ହୋଇଥିଲେ।

ସିଂହଦ୍ବାରରେ ନନ୍ଦିଘୋଷ ପହଞ୍ଚିବା ପୂର୍ବରୁ ରାଜନଅର ସମ୍ମୁଖ‌ରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା।

ଏହା ପରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିଲେ।

ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସେବାୟତଙ୍କ ମିଳିତ ସହଯୋଗରେ ଆଜି ଏଭଳି ସଅଳ ନୀତି ସଂପନ୍ନ ‌ହୋଇଛି।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା‌ ପାଇଁ ପାଗ ମଧ୍ୟ ଅନୁକୂଳ ଥିଲା।

ତେବେ ପ୍ରବଳ ଗୁଳିଗୁଳି ଯୋଗୁଁ ବହୁ ଭକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ।

ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।