Yogi Adityanath: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତୃ ସାବିତ୍ରୀ ଦେବୀଙ୍କର ୯୧ ବର୍ଷରେ ପରଲୋକ
ଡେରାଡୁନ୍: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ମାତା ସାବିତ୍ରୀ ଦେବୀଙ୍କର ଶୁକ୍ରବାର ଉତ୍ତରାଖଣ୍ଡର ପାଉରି ଗଡ଼ୱାଲ ଜିଲ୍ଲାର ପଞ୍ଚୁର ଗ୍ରାମଠାରେ ୯୧ ବର୍ଷ ବୟସରେ ପରଲୋକ ଘଟିଛି।
ପାଉରି ଗଡ଼ୱାଲ ଏସ୍ଏସ୍ପି ସର୍ବେଶ ପାନୱର ଏହି ଖବର ସ୍ପଷ୍ଟ କରିଛନ୍ତି।
ଯୋଗୀଙ୍କ ମାତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଶନିବାର ହରିଦ୍ବାରଠାରେ ସମ୍ପନ୍ନ କରାଯିବ।
ପୁଲିସ ଓ ଜିଲ୍ଲା ପ୍ରଶାସନ ପରିବାର ସଦସ୍ୟଙ୍କ ସମ୍ପର୍କରେ ରହିଛି।
Advertisment ହରିଦ୍ବାରଠାରେ ସମ୍ପନ୍ନ କରାଯିବ ଅନ୍ତ୍ୟେଷ୍ଟି କ୍ରିୟା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସାବିତ୍ରୀ ଦେବୀଙ୍କ ନିଧନ ରେ ଶୋକ ପ୍ରକାଶ କରିଛନ୍ତି, ଏହି ଖବରକୁ ଗଭୀର ଦୁଃଖଦ ଓ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଛନ୍ତି।
ଏକ ବାର୍ତ୍ତାରେ ଧାମି କହିଛନ୍ତି ଯେ, ଜଣେ ମାଆଙ୍କ ସ୍ନେହ, ଆଶୀର୍ବାଦ ଓ ଶ୍ରଦ୍ଧା ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଓ ତାଙ୍କ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।
ଦିବଂଗତ ଆତ୍ମାକୁ ଶାନ୍ତି ଦେବା ଓ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦେବାକୁ ପ୍ରଭୁ କେଦାରନାଥ ଙ୍କୁ ପ୍ରାର୍ଥନା କରିଛନ୍ତି।
୯ଟି ଜାହାଜ ଉପରେ କଡ଼ା ନଜର: ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ ରିପୋର୍ଟ ଅନୁଯାୟୀ, ତାଙ୍କ ମାଆଙ୍କ ଦେହାନ୍ତ ଖବର ପାଇବା ସତ୍ତ୍ୱେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁବକମାନଙ୍କ ସହିତ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟ ଜାରି ରଖିଥିଲେ, ନିଜ ବ୍ୟକ୍ତିଗତ ଦୁଃଖ ଅପେକ୍ଷା ଜନସେବା ଓ ଯୁବ କଲ୍ୟାଣକୁ ପ୍ରାଥମିକତା ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
