Yashasvi Jaiswal: ନୂଆ ମାଇଲ୍ଖୁଣ୍ଟ ଛୁଇଁଛନ୍ତି ଜୟସ୍ବାଲ
ଖ୍ରୀଷ୍ଟଚର୍ଚ୍ଚ: ଶୁକ୍ରବାର ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଖେଳି ଯଶସ୍ବୀ ଜୟସ୍ବାଲ ନୂଆ ମାଇଲ୍ଖୁଣ୍ଟ ଛୁଇଁଛନ୍ତି।
ବିଶ୍ବର ଦ୍ବିତୀୟ ଖେଳାଳିଭାବେ ସେ ନିଜର ପ୍ରଥମ ୩୩ ଟେଷ୍ଟ ମ୍ୟାଚ୍ ବିଭିନ୍ନ ଭେନ୍ୟୁରେ ଖେଳିବାର ଗୌରବ ପାଇଛନ୍ତି।
Advertisment ୨୦୨୩ ଜୁଲାଇ ୧୨ରେ ରୋସିଉର ୱିଣ୍ଡସର ପାର୍କରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିବା ଜୟସ୍ବାଲ ମୋଟ ୩୩ ଟେଷ୍ଟ ଖେଳିଥିଲା ବେଳେ ସବୁତକ ଅଲଗା ଅଲଗା ଭେନ୍ୟୁରେ ଖେଳିବାର ସୁଯୋଗ ପାଇଛନ୍ତି।
କିଂବଦନ୍ତି ଭାରତୀୟ ବ୍ୟାଟର୍ ସଚିନ ଏହି ରେକର୍ଡରେ ସେ କିଂବଦନ୍ତି ଭାରତୀୟ ବ୍ୟାଟର୍ ସଚିନ ତେନ୍ଦୁଲକର (୩୨)ଙ୍କୁ ପଛରେ ପକାଇଛନ୍ତି।
ଏଥିରେ କେବଳ ତାଙ୍କ ଆଗରେ ପୂର୍ବତନ ଭାରତୀୟ ବ୍ୟାଟର୍ ସଞ୍ଜୟ ମଞ୍ଜରେକର ରହିଛନ୍ତି।
ଭାରତର ଜାଭଗଲ ଶ୍ରୀନାଥ ଓ ୱେଷ୍ଟଇଣ୍ଡିଜର ଦେନେଶ ରାମଦିନ (୨୪) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
Cricket: ପଦାର୍ପଣ କଲେ ଗୁରନୂର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
