Xiaomi: ସାଓମିର ଏଆଇ ଗ୍ୟାସ୍ ଚୁଲା: ଭୁଲିଗଲେ ଆପେ ବନ୍ଦ ହେବ ଗ୍ୟାସ୍, ଜାଣନ୍ତୁ ଦାମ୍‌ ଓ ଫିଚର୍ସ...

Sep 10, 2026 - 18:38
Xiaomi: ସାଓମିର ଏଆଇ ଗ୍ୟାସ୍ ଚୁଲା: ଭୁଲିଗଲେ ଆପେ ବନ୍ଦ ହେବ ଗ୍ୟାସ୍, ଜାଣନ୍ତୁ ଦାମ୍‌ ଓ ଫିଚର୍ସ...

"ନୂଆଦିଲ୍ଲୀ: ଚୀନ୍‌ରେ ନୂଆ ସ୍ମାର୍ଟ ଗ୍ୟାସ୍ ଚୁଲା ଲଞ୍ଚ କରିଛି ସାଓମି।

କମ୍ପାନି ମିଜିଆ ସ୍ମାର୍ଟ ଗ୍ୟାସ୍‌ ଷ୍ଟୋଭ୍‌ ୩ ମ୍ୟାକ୍ସ (Mijia Smart Gas Stove 3 Max) ନାମରେ ଏହି ଚୁଲାକୁ ବଜାରକୁ ଆଣିଛି।

ଏଥିରେ ଏଆଇ ଆଧାରିତ ସୁରକ୍ଷା ବୈଶିଷ୍ଟ୍ୟ ରହିଛି, ଯାହା ରୋଷେଇ ସମୟରେ ଦୁର୍ଘଟଣାର ଆଶଙ୍କା କମାଇବାରେ ସହାୟକ ହୋଇପାରେ।Advertisment ଏହି ଚୁଲାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଡ୍ରାଏ-ବର୍ଣ୍ଣ ପ୍ରୋଟେକ୍ସନ୍ ଓ ଅଫ୍-ଷ୍ଟୋଭ୍ ଡିଟେକ୍ସନ୍।

ଅର୍ଥାତ୍‌, ହାଣ୍ଡିରେ ପାଣି କିମ୍ବା ଖାଦ୍ୟ ସରିଯାଇ ଚୁଲା ଜଳୁଥିଲେ, ସିଷ୍ଟମ୍ ଏହାକୁ ଚିହ୍ନଟ କରି ଗ୍ୟାସ୍ ବନ୍ଦ କରିପାରିବ।

ସେହିପରି ରୋଷେଇ କରିବା ସମୟରେ ଆପଣ ଚୁଲା ଛାଡ଼ି ଦୀର୍ଘ ସମୟ ପାଇଁ ଚାଲିଗଲେ ମଧ୍ୟ ଏହା ଗ୍ୟାସ୍ ଯୋଗାଣ ବନ୍ଦ କରିପାରିବ।

ଆହୁରି ପଢ଼ନ୍ତୁ- Cargo ship fire: ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ ଲାଗିଲା: ୨୦ ମୃତ, ୫ ନିଖୋଜ ହାଣ୍ଡି ଶୁଖିଗଲେ ନିଜେ ବନ୍ଦ ହେବ ଗ୍ୟାସ୍ ଚୁଲାର ଡାହାଣ ବର୍ନରରେ ଏକ ତାପମାତ୍ରା ମାପିବା ପ୍ରୋବ୍ ଦିଆଯାଇଛି।

ଏହା ହାଣ୍ଡିର ତଳ ଭାଗର ତାପମାତ୍ରା ଉପରେ ନଜର ରଖେ।

ଏହି ତଥ୍ୟକୁ କୃତ୍ରିମ ବୁଦ୍ଧିମତା ଆଧାରିତ ସିଷ୍ଟମ୍ ବିଶ୍ଳେଷଣ କରି ହାଣ୍ଡି ଶୁଖିଯାଇଛି କି ନାହିଁ ଚିହ୍ନଟ କରେ।

ହାଣ୍ଡି ଶୁଖିଯାଇ ଅଧିକ ଗରମ ହେଉଥିବା ଜଣାପଡ଼ିଲେ, ଚୁଲା ସ୍ୱୟଂଚାଳିତ ଭାବେ ଗ୍ୟାସ୍ ବନ୍ଦ କରିପାରିବ।

ଏହା ସହ ସାଓମି ହୋମ୍‌ ଆପ୍‌ରେ ବ୍ୟବହାରକାରୀଙ୍କୁ ଆଲର୍ଟମଧ୍ୟ ମିଳିବ।

୬୦ ମିନିଟ୍ ପରେ ନିଜେ ବନ୍ଦ ହେବ ଚୁଲାରେ ଏକ ରାଡାର୍‌ ସିଷ୍ଟମ୍ ରହିଛି, ଯାହା ଚୁଲା ସାମ୍ନାରେ ପ୍ରାୟ ୦.୯ ମିଟର ଅଞ୍ଚଳ ମଧ୍ୟରେ ବ୍ୟବହାରକାରୀ ଅଛନ୍ତି କି ନାହିଁ ଚିହ୍ନଟ କରିପାରେ।

ଯଦି ବ୍ୟବହାରକାରୀ ୩୦ ମିନିଟ୍ ପର୍ଯ୍ୟନ୍ତ ଚୁଲା ପାଖକୁ ଫେରି ନଆସନ୍ତି, ତେବେ ପ୍ରଥମେ ଚୁଲା ବଜର ମାଧ୍ୟମରେ ସତର୍କ କରିବ।

ଏହାପରେ ମଧ୍ୟ ବ୍ୟବହାରକାରୀ ନଆସିଲେ ଏବଂ ମୋଟ ୬୦ ମିନିଟ୍ ପର୍ଯ୍ୟନ୍ତ ଅନୁପସ୍ଥିତ ରହିଲେ, ଗ୍ୟାସ୍ ଯୋଗାଣ ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯିବ।

ଏହାର ସୂଚନା ସାଓମି ହୋମ୍‌ ଆପ୍‌ରେ ମଧ୍ୟ ମିଳିବ।

ଦୁଇଟି ବର୍ନର, ୫,୨୦୦ୱାଟ୍‌ ପର୍ଯ୍ୟନ୍ତ ଶକ୍ତି ଆହୁକ ପଢ଼ନ୍ତୁ- Brown Sugar Seized ୧୪ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ  ମିଜିଆ ସ୍ମାର୍ଟ ଗ୍ୟାସ୍‌ ଷ୍ଟୋଭ୍‌ ୩ ମ୍ୟାକ୍ସରେ ଦୁଇଟି ବର୍ନର ରହିଛି।

ଉଭୟ ବର୍ନର ୫,୨୦୦ୱାଟ୍‌ ପର୍ଯ୍ୟନ୍ତ ଶକ୍ତି ଦେଇପାରେ।

ଏଥିରେ ଡୁଆଲ୍-ଚ୍ୟାନେଲ୍ ଅକ୍ସିଜେନ୍ ସପ୍ଲାଏ ସିଷ୍ଟମ୍ ଏବଂ ୧୫୪ଟି ଫ୍ଲେମ୍ ହୋଲ୍ ରହିଛି।

କମ୍ପାନି ଅନୁସାରେ, ଏହା ହାଣ୍ଡି ତଳେ ତାପକୁ ଅଧିକ ସମାନ ଭାବରେ ପହଞ୍ଚାଇବାରେ ସହାୟକ ହେବ।ବର୍ନରରେ ବ୍ରାସ୍ କ୍ୟାପ୍ ଦିଆଯାଇଛି, ଯାହା ଅଧିକ ତାପମାତ୍ରାରେ ଦୀର୍ଘ ସମୟ ବ୍ୟବହାର କଲେ ବର୍ନର ବିକୃତ ହେବାର ଆଶଙ୍କା କମାଇବା ପାଇଁ ଡିଜାଇନ୍ କରାଯାଇଛି।

୧ରୁ ୧୮୦ ମିନିଟ୍ ପର୍ଯ୍ୟନ୍ତ ଟାଇମର୍ ଉଭୟ ବର୍ନରରେ ଅଲଗା ଟାଇମର୍ ଦିଆଯାଇଛି।

ବ୍ୟବହାରକାରୀ ୧ ମିନିଟ୍‌ରୁ ୧୮୦ ମିନିଟ୍ ପର୍ଯ୍ୟନ୍ତ ରୋଷେଇ ସମୟ ସେଟ୍ କରିପାରିବେ।

ନିର୍ଦ୍ଧାରିତ ସମୟ ସରିଗଲେ ଚୁଲା ତାପ ବନ୍ଦ କରିପାରିବ।

ତେଣୁ ସୁପ୍, ଷ୍ଟ୍ୟୁ ଭଳି ଅଧିକ ସମୟ ରୋଷେଇ ଆବଶ୍ୟକ କରୁଥିବା ଖାଦ୍ୟ ପାଇଁ ଏହି ଫିଚର୍ଉପଯୋଗୀ ହୋଇପାରେ।ଡାହାଣ ବର୍ନରରେ ଥିବା ଏକ ବଟନ୍ ମାଧ୍ୟମରେ ହାଣ୍ଡିର ତାପମାତ୍ରା ରିଅଲ୍-ଟାଇମ୍‌ରେ ଦେଖିହେବ।

ସାଓମି ଅନୁସାରେ, ଏହି ଫିଚର୍ ଭାଜିବା ଓ ଷ୍ଟର୍-ଫ୍ରାଇ ଭଳି ରୋଷେଇରେ ଉପଯୋଗୀ ହୋଇପାରେ।

ତାପମାତ୍ରା କମାଇବା ପାଇଁ ଏୟାର୍ ଚାମ୍ବର୍ ଚୁଲାର ରାକ୍‌ରେ ତିନି-ସ୍ତରୀୟ ଏୟାର୍ ଚାମ୍ବର୍ ଦିଆଯାଇଛି।

ସାଓମିର ଦାବି ଅନୁସାରେ, ଏହା କୁକ୍‌ଟପ୍ ଚାରିପାଖର ତାପମାତ୍ରାକୁ ସର୍ବାଧିକ ୨୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମାଇପାରେ।

ଫଳରେ ଦୀର୍ଘ ସମୟ ରୋଷେଇ କରିବା ସମୟରେ ରୋଷେଇ ଘର ଅପେକ୍ଷାକୃତ ଥଣ୍ଡା ରହିପାରିବ।ମୂଲ୍ୟ କେତେ?

ଆହୁରି ପଢ଼ନ୍ତୁ- Protest: ଲଦାଖ ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଧମକ ଦେଲେ ୱାଙ୍ଗଚୁକ୍‌ ମିଜିଆ ସ୍ମାର୍ଟ ଗ୍ୟାସ୍‌ ଷ୍ଟୋଭ୍‌ ୩ ମ୍ୟାକ୍ସର ଚୀନ୍‌ରେ ପ୍ରି-ସେଲ୍ ଆରମ୍ଭ ହୋଇଛି।

JD.comରେ ଏହାର ମୂଲ୍ୟ ୨,୭୦୪ ୟୁଆନ୍, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୩୮,୫୦୦ ଟଙ୍କା ହେବ।

ବର୍ତ୍ତମାନ ଏହି ସ୍ମାର୍ଟ ଗ୍ୟାସ୍ ଚୁଲା କେବଳ ଚୀନ୍ ବଜାର ପାଇଁ ଲଞ୍ଚ ହୋଇଛି।

ଭାରତରେ ଏହା କେବେ ଲଞ୍ଚ ହେବ ଏବଂ ଏଠାରେ ଏହାର ମୂଲ୍ୟ କେତେ ରହିବ, ସେନେଇ ସାଓମି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)