World record: କିମାଶ୍ଚର୍ଯ୍ୟମ୍: ପାଣି ଭିତରେ ପୁସ୍ଅପ୍ର ବିଶ୍ବ ରେକର୍ଡ
"ଭିଏତ୍ନାମରେ ରହୁଥିବା ଭାରତୀୟ ଯୋଗ ଗୁରୁ କମଲ କଲୋଇ ପାଣି ଭିତରେ ୮୬ ଥର ପୁସ୍ଅପ୍ ମାରି ଗିନିସ୍ ବିଶ୍ବ ରେକର୍ଡ କରିଛନ୍ତି।
୩୮ ବର୍ଷୀୟ କମଲ ବହୁ ପୂର୍ବରୁ ଭିନ୍ନ କିଛି କରିବାର ଲକ୍ଷ୍ୟ ରଖି ଶାରୀରିକ ଅଭ୍ୟାସ ଜାରି ରଖି ଆସିଛନ୍ତି।
ସେ ୨୦୨୦ରେ ଜୀବନର ପ୍ରଥମ ବିଶ୍ବ ରେକର୍ଡ କରିଥିଲେ।
ତାହା ଥିଲା ପାଣି ଭିତରେ ଲଗାତାର ୨୧ଟି ଭିନ୍ନ ଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିବା।Advertisment Illegal Firecrackers: ଲାଇସେନ୍ସପ୍ରାପ୍ତ ଦୋକାନରେ ବେଆଇନ ବାଣ ବିକ୍ରି; ପୁଲିସର ଚଢ଼ଉରେ ଖୁଲାସା ଏହି ରେକର୍ଡ ପରେ ସେ ନିଜର ସାମର୍ଥ୍ୟକୁ ଆହୁରି ବିକଶିତ କରିବାରେ ଲାଗିପଡ଼ିଲେ।
କିଛି ବର୍ଷ ଧରି ସେ କାଲିସ୍ଥେନିକ୍ସ ଓ ପାଣିରେ ଦୀର୍ଘ ସମୟ ଶ୍ବାସକ୍ରିୟା ବନ୍ଦ ରଖିବାର ଅଭ୍ୟାସ ଜାରି ରଖିଲେ।
ସେ ଛଅ ମିନିଟ୍ ଧରି ପାଣି ଭିତରେ ନିଃଶ୍ବାସପ୍ରଶ୍ବାସ ବନ୍ଦ ରଖିବାରେ ପାରଙ୍ଗମ ହୋଇ, ସେହି ସମୟରେ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପ କରିପାରିଲେ।
ଯୋଗ ଅଭ୍ୟାସ ଏ ଦିଗରେ ତାଙ୍କୁ ବହୁତ ସାହାଯ୍ୟ କରିଛି ବୋଲି କମଲ ସ୍ବୀକାର କରନ୍ତି।
ଗତ ବର୍ଷ ଅକ୍ଟୋବରରେ ସେ ପାଣି ଭିତରେ ୮୬ ଥର ପୁସ୍ଅପ୍ ମାରିବାରେ ସଫଳ ହୋଇଥିଲେ।
ଏହାର ତଥ୍ୟପ୍ରମାଣ ପରଖିବା ପରେ ଗିନିସ୍ ଵାର୍ଲଡ୍ ରେକର୍ଡସ୍ ପକ୍ଷରୁ ନିକଟରେ ତାଙ୍କର ଏହି ରେକର୍ଡକୁ ଆଧିକାରିକ ସ୍ବୀକୃତି ପ୍ରଦାନ କରାଯାଇଛି।
Flood In Bhadrak: ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।