Auto driver: ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କ ମୁଣ୍ଡ ଗଡ଼ିଲା: ମୃତ କାଳିଆ ମଲ୍ଲିକଙ୍କ ଫାଇଲ୍‌ ଫଟୋ

Aug 01, 2026 - 04:47
Auto driver: ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କ ମୁଣ୍ଡ ଗଡ଼ିଲା: ମୃତ କାଳିଆ ମଲ୍ଲିକଙ୍କ ଫାଇଲ୍‌ ଫଟୋ

"ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଜଣେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ମୃତକ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ଦାମୋଦରପୁର ମାହାନା ସାହିର କାଳିଆ ମଲ୍ଲିକ (୩୫)।

ସେ ଅଟୋ ଚଳାଇ ପରିବାର ଚଳାଉଥିଲେ।

ପୁଲିସ ସୂଚନା ଅନୁସାରେ, କାଳିଆଙ୍କ ସହ ସେହି ଗାଁର କିଛି ଯୁବକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

ଶୁକ୍ରବାର ସକାଳେ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାପରେ କାଳିଆ ତାଙ୍କ ଭଉଣୀଙ୍କ ଘରକୁ ଯାଇ ସେଠାରେ ଦିନସାରା ରହିଥିଲେ।

Advertisment Letter writing campaign: "ଢାଇ ଅକ୍ଷର" ପତ୍ର ଲିଖନ ଅଭିଯାନ; କେମିତି ସାମିଲ ହେବେ ଛାତ୍ରଛାତ୍ରୀ ଜାଣନ୍ତୁ ସନ୍ଧ୍ୟାବେଳେ ସେ ଗାଁକୁ ଫେରି ଦାମୋଦରପୁର ସ୍କୁଲ ନିକଟରେ ଥିବାବେଳେ ପୁଣି ଯୁବକମାନଙ୍କ ସହ ବଚସା ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ କାଳିଆଙ୍କ ବେକ, ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇଥିଲେ।

ଘଟଣାସ୍ଥଳରେ କାଳିଆ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲେ।

ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ କାଳିଆଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଓ କୁମ୍ଭାରପଡ଼ା ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରିଥିବାବେଳେ ଚନ୍ଦନପୁର ଥାନା ଆଇଆଇସି ବିରଞ୍ଚି ସାହୁ ସାଇଣ୍ଟିଫକ୍‌ ଟିମ୍‌ ସହାୟତାରେ ତଦନ୍ତ କରିଛନ୍ତି।

ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଥିବା ସୂଚନା ମିଳିଛି।

ତେବେ ଖବର ଲେଖାଯିବା ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।