world Elephant Day: ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳିତ

Aug 12, 2026 - 13:04
world Elephant Day: ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳିତ

"ବାରଙ୍ଗ: ବିପଦରେ ପଡିଛି ଜଙ୍ଗଲୀ ହାତୀଙ୍କ ବଂଶ।

ଏହି ବିଶାଳକାୟ ପ୍ରାଣୀ ବଂଶର ସୁରକ୍ଷା ଓ ସଂରକ୍ଷଣ ମଣିଷ ସମାଜର ଦାୟିତ୍ଵ ।  ।

ସେଥିଲାଗି ଗତ ୨୦୧୨ ମସିହାରୁ ଅଗଷ୍ଟ ୧୨ ତାରିଖକୁ ବିଶ୍ଵ ହାତୀ ଦିବସେ ଭାବେ ପାଳନ କରି ଜନସଚେତନତା ସୃଷ୍ଟି କରାଯାଇ ଅସୁଛି ।

ସେହି ପରିପ୍ରେକ୍ଷୀରେ ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ବିଶ୍ଵ ହାତୀ ଦିବସ ପାଳିତ ହୋଇଯାଇଛି।Advertisment ହାତୀମାନେ ଶୁଣ୍ଢ ଟେକି ଅଭିବାଦନ ଜଣାଇଲେ ନନ୍ଦନକାନନ ପରିସରରେ ଉପନିର୍ଦ୍ଦେଶକ ପ୍ରଦିପ ମିରା ସେ ଦେବୀଦାସଙ୍କ ତତ୍ବାବଧାନରେ ହାତୀ ଦିବସର ଆୟୋଜନ ହୋଇଥିଲା ।

ଅତିଥି ଭାବେ ଯୋଗ ଦେଇଥିଲେ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଓ ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀ ।

ପ୍ରଥମେ ହାତୀଶାଳରେ  ୨ ବର୍ଷର କୁନି ହାତୀ ଲିସ,୩ ଆଶା ଓ ୬୨ ବର୍ଷର ବୁଢୀ ବାସନ୍ତୀ , ୨୮ ବର୍ଷର ଯୁବତୀ ହୀରାଙ୍କୁ  ଦିଆଗଲା ତରଭୂଜ,ଆଖୁ, ନଡ଼ିଆ, କଦଳୀ ପ୍ରଭୃତି ସୁସ୍ଵାଦୁ ଫଳ ଖାଇବାକୁ ଦେଇ ଅପ୍ୟାୟିତ କରିଥିଲେ ଅତିଥି, ଅଧିକାରୀ ଓ କର୍ମଚାରୀ।

ହାତୀମାନେ ଅନୁରୂପ ଭାବେ ଶୁଣ୍ଢ ଟେକି ଅଭିବାଦନ ଜଣାଇଲେ ।

ହାତୀ ମାହୁନ୍ତମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ରକ୍ଷା ଓ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଇଛି ।

ବିଶ୍ଵ ହାତୀ ଦିବସ ଅବସରରେ ଗଛ ଲଗାଇବା, ଜଙ୍ଗଲକୁ ସୁରକ୍ଷା ଦେବା, ହାତୀକୁ ସୁରକ୍ଷା ଦେଇ ବଂଶବୃଦ୍ଧିରେ ସହାୟକ ହେବା ଆଦି ସଂକଳ୍ପ ନିଆଯାଇଥିଲା।

Accident: ୨ ଟ୍ରେଲର ମୁହାଁମୁହିଁ ଧକ୍କା: ଚାଳକ ଆହତ, ଡାକ୍ତରଖାନାରେ ଭର୍ତ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media