'Dahaan - The Evil Within' : ‘ଦାହାନ୍- ଦି ଇଭିଲ୍ ୱିଦିନ୍’ ଦର୍ଶକଙ୍କ ମନରେ ଛାପ ଛାଡ଼ିଯିବ: ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ

Aug 12, 2026 - 13:20
'Dahaan - The Evil Within' : ‘ଦାହାନ୍- ଦି ଇଭିଲ୍ ୱିଦିନ୍’ ଦର୍ଶକଙ୍କ ମନରେ ଛାପ ଛାଡ଼ିଯିବ: ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ

"ଭୁବନେଶ୍ବର: ଗଣେଶ ପୂଜା ବଜାରକୁ ସରଗରମ କରିବାକୁ ଆସୁଛି ଓଡ଼ିଆ ହରର୍ ଚଳଚ୍ଚିତ୍ର "ଦାହାନ୍- ଦି ଇଭିଲ୍ ୱିଦିନ୍" l ଏହାର ଟିଜର୍ ଦେଖି ଦର୍ଶକ ଥିବା ଜଣାଯାଇଛି।

ଏହାର ଶୁଭମୁକ୍ତିକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି l ବହୁ ଉଚ୍ଚକୋଟିର ଅତ୍ୟାଧୁନିକ ଭିଏଫଏକ୍ସ କାମ ଦେଖିବାକୁ ମିଳିବା ସହିତ ଦାହାନ ଖୁବ ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ l ଏହି ଓଡ଼ିଆ ହରର୍ ସିନେମାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନାଭାର ନେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅନୁପମ ପଟ୍ଟନାୟକ l ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକ ପ୍ରଯୋଜନା କରିଛନ୍ତି।Advertisment ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ ମନ୍ତ୍ରମୁଗ୍ଧରେ ଦର୍ଶକ ହରର୍ ସହିତ କମେଡି ଦେଖି ବେଶ ମନୋରଞ୍ଜନ ପାଇଥିଲେ ଏବଂ ବଲିଉଡ ଚଳଚ୍ଚିତ୍ର ସହିତ ତୁଳନା କରି ଢେର ପ୍ରଶଂସା କରିଥିଲେ l ସେହି ଧାରାରେ ପୁଣି ଏକ ହରର୍ ସିନେମା "ଦାହାନ୍" ଦର୍ଶକଙ୍କୁ ଭେଟି ଦେଉଛନ୍ତି ପ୍ରଯୋଜନା ସଂସ୍ଥା l ଏହି ସିନେମା ଦର୍ଶକଙ୍କୁ ଡରାଇବ ନାହିଁ ବରଂ ଏହି କାହାଣୀ ସିନେମା ହଲ୍ ରୁ ବାହାରିବା ପରେ ବି ଦର୍ଶକଙ୍କ ମନରେ ଛାପ ଛାଡ଼ିଯିବ ବୋଲି ନିର୍ଦ୍ଦେଶକ ଅନୁପମ କହିଛନ୍ତି l  ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି "ପ୍ରତୀକ୍ଷା", "ଗ୍ୟାଙ୍ଗସ୍ ଅଫ୍ ପୁରୀ", "ତ୍ରିକନ୍ୟା", "କର୍ମ" ଓ 'ମନ୍ତ୍ରମୁଗ୍ଧ' ଭଳି ଉଚ୍ଚକୋଟିର କମର୍ସିଆଲ୍ ସିନେମା ଓ ୱେବ୍ ସିରିଜ୍ଭେଟିଦେଇଥିବା ଅମୀୟ ପଟ୍ଟନାୟକ ପ୍ରଡକ୍‌ସନ୍ "ଦାହାନ୍" ମାଧ୍ୟମରେ ଓଡ଼ିଆ ସିନେମାର କାହାଣୀ,ବର୍ଣ୍ଣନା ଶୈଳୀ ଏବଂ ବୈଷୟିକ ମାନଦଣ୍ଡରେ ଏକ ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି।

ଏହି ସିନେମାରେ ବର୍ଷା ପଟ୍ଟନାୟକ, ଅରୋଶିଖା ମିଶ୍ର, ସମ୍ରାଟ ମହାପାତ୍ର, ପାର୍ଥସାରଥୀ ରାୟ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ ଓ ପ୍ରଣବ ପ୍ରସନ୍ନ ରଥ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ପ୍ରଣବ ପ୍ରସନ୍ନ ରଥ ସଂଳାପ ଲେଖିଥିବା ବେଳେ କ୍ୟାମେରା ପରିଚାଳନା ଦୀପକ କୁମାର ଓ ସମ୍ପାଦନା ରଶ୍ମିରଞ୍ଜନ ଦାଶ କରିଛନ୍ତି |  ଆଶିଷ ପ୍ରଧାନ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ଗୋପାଳ ଚନ୍ଦ୍ର ଘଡ଼ାଇ କାର୍ଯ୍ୟକାରୀ ପ୍ରଯୋଜକ। world Elephant Day: ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media