World Cup 'Fan Zone': ବିଶ୍ବକପ୍ ‘ଫ୍ୟାନ୍ ଜୋନ୍’ ନିକଟରେ ଗୁଳିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର
"ସାନ୍ଜୋସ୍ (କାଲିଫର୍ଣ୍ଣିଆ, ଆମେରିକା): ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି।
ଆୟୋଜକ ଆମେରିକାର କାଲିଫର୍ଣ୍ଣିୟା ପ୍ରଦେଶର ସାନ୍ଜୋସ୍ଠାରେ ସ୍ଥାପିତ ଏକ ବିଶ୍ବକପ୍ "ଫ୍ୟାନ୍ ଜୋନ୍"ରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ରବିବାରର ଏହି ଲୋମଟାଙ୍କୁରା ଘଟଣା ସହରର ସାନ୍ ପେଡ୍ରୋ ଛକ ଅଞ୍ଚଳରେ ଘଟିଥିଲା।
ତେବେ ଏହା ଏକ ଆତଙ୍କବାଦୀ ଘଟଣା ଥିଲା କିମ୍ବା ପ୍ରଶଂସକଙ୍କ ମଧ୍ୟରେ ଗଣ୍ଡଗୋଳର ପରିଣାମ ଥିଲା, ତାହା ପୁଳିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନି।
କିନ୍ତୁ ଏକ ହତ୍ୟାକାଣ୍ଡ ମାମଲା ଦାୟର କରି ଅଧିକ ତଦନ୍ତ ଆରମ୍ଭ କରିଛି।
ରବିବାର ଘଟିଥିବା ଏହି ଗୁଳିକାଣ୍ଡ ସମୟରେ ସେଠାରେ କୌଣସି ବିଶ୍ୱକପ୍ ମ୍ୟାଚ୍ର ସିଧା ପ୍ରସାରଣ ଚାଲିନଥିଲା।
ସେହିଦିନର ଏକମାତ୍ର ବିଶ୍ୱକପ୍ ମ୍ୟାଚ୍ ସ୍ଥାନୀୟ ସମୟ ଅପରାହ୍ଣ ୨ଟା ସୁଦ୍ଧା ଶେଷ ହୋଇଯାଇଥିଲା।
ଯାହା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା।
ଅନ୍ୟଥା ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ବଢ଼ି ଯାଇଥା"ନ୍ତା ବୋଲି କହିଛି ପୁଲିସ।Advertisment FifaWorldcup: ଫିଫା ବିଶ୍ୱକପ: ଇରାନ ଖେଳାଳିଙ୍କୁ ଆମେରିକାରେ ବିରୋଧ, ପରାଜୟରୁ ବର୍ତ୍ତିଗଲା ଜାପାନ ସୂଚନା ଅନୁସାରେ, ଗୁଳିକାଣ୍ଡରେ ଆହତ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତଦନ୍ତରେ ସୁବିଧା ପାଇଁ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁଳିବିଦ୍ଧ ବ୍ୟକ୍ତିଙ୍କ ବେକ ଓ ପିଠିର ଉପର ଅଂଶରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।
ଖବର ପାଇବା ପରେ ପୁଲିସ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଗୁଳିକାଣ୍ଡ ପରେ ସାନ୍ ପେଡ୍ରୋ ସ୍କୋୟାରର ଅଧିକାଂଶ ବାର୍ ଓ ରେସ୍ତୋରାଁ ବନ୍ଦ କରାଯାଇଥିବାବେଳେ ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ର ଏକାଧିକ ମ୍ୟାଚ୍ ସାନ୍ଫ୍ରାନ୍ସିସ୍କୋ ବେ" ଏରିଆରେ ଆୟୋଜିତ ହୋଇଛି।
ଏହି ଅଞ୍ଚଳରେ ଏକ ଡଜନରୁ ଅଧିକ ଫ୍ୟାନ୍ ଜୋନ୍ ସ୍ଥାପନ କରାଯାଇଥିବାରୁ ପ୍ରତିଦିନ ହଜାର ହଜାର ଦର୍ଶକ ସେଠାରେ ବସି ବିଶ୍ୱକପ୍ ମ୍ୟାଚ୍ର ଆନନ୍ଦ ଉପଭୋଗ କରୁଛନ୍ତି।
ଏହି ଘଟଣା ପରେ କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
WorldCup Football: ମେକ୍ସିକୋରେ ବିଶ୍ବକପ୍ ଫୁଟବଲ୍ ଆୟୋଜନକୁ ନେଇ ଆଶଙ୍କା, କୁଖ୍ୟାତ ଡ୍ରଗ୍ ମାଫିଆର ହତ୍ୟା ପରେ ବ୍ୟାପକ ହିଂସା"