Controversy: ବିବାଦରେ ‘ଈଠା’

Jun 30, 2026 - 08:07
Controversy: ବିବାଦରେ ‘ଈଠା’

"ଶ୍ରଦ୍ଧା କପୁରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର "ଈଠା"କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି।

ନିକଟରେ ଏହାର ଟିଜର୍‌ ଆସିଥିଲା, ଯେଉଁଥିରେ ଶ୍ରଦ୍ଧାଙ୍କ ଅବତାର ଓ ଅଭିନୟକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି।

ତେବେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ବିବାଦୀୟ ହୋଇଯାଇଛି।

ମହାରାଷ୍ଟ୍ରର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ବିଠାବାଈ ନାରାୟଣଗାଓଁକରଙ୍କ ପରିବାର ଲୋକଙ୍କ ସମେତ ଏନ୍‌ସିପି ଦଳର ନେତାମାନେ ଏହି ଚଳଚ୍ଚିତ୍ରର ଶୀର୍ଷକକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି।

ସେମାନଙ୍କର ଅଭିଯୋଗ ହେଲା ଏହି ଚଳଚ୍ଚିତ୍ରଟିକୁ  ବିଠାବାଈଙ୍କ ବାୟୋପିକ୍‌ ଭାବେ ନିର୍ମାଣ କରାଯାଇଥିବା ବେଳେ ଏହାର ଶୀର୍ଷକ "ବିଠା" ଅଥବା "ବିଠାବାଈ" ରଖିବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ, ବିଠାବାଈ ଥିଲେ ଲାବଣୀ ନାମକ ମରାଠୀ ଲୋକନୃତ୍ୟର କିଂବଦନ୍ତୀୟ ନର୍ତ୍ତକୀ।Advertisment Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ ଲାବଣୀ ସମେତ ତମାସା ଲୋକକଳାକୁ ତାଙ୍କର ପ୍ରଚୁର ଅବଦାନ ରହିଛି।

ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଉଚିତ ବୋଲି ତାଙ୍କ ଦୁଇ ପୁଅ ଓ ନାତି ଦାବି କରିଛନ୍ତି।

ଏବେ ନିର୍ଦେଶକ ଲକ୍ଷ୍ମଣ ଉେତକର ଓ ପ୍ରଯୋଜନା ସଂସ୍ଥା ମ୍ୟାଡକ୍‌ ଫିଲ୍ମସ୍‌ କ"ଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ରହିଲା। "ଈଠା" ଆସନ୍ତା ଅଗଷ୍ଟ ୨୮ ତାରିଖରେ ମୁକ୍ତିଲାଭ କରିବା ଲାଗି ଧାର୍ଯ୍ୟ ହୋଇଛି।

ଏଥିରେ ଶ୍ରଦ୍ଧାଙ୍କ ସମେତ ରଣଦୀପ ହୁଡ଼ା ଓ ମହମ୍ମଦ ଜୀଶାନ ଆୟୁବ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖାଦେବେ।

Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ"