Fire: ଅଠରବାଙ୍କୀରେ ଭୟାବହ ଅଗ୍ନିକାଣ୍ଡ, ୬ ବଖରା ଘର ଭସ୍ମୀଭୂତ

Jun 30, 2026 - 09:07
Fire: ଅଠରବାଙ୍କୀରେ ଭୟାବହ ଅଗ୍ନିକାଣ୍ଡ, ୬ ବଖରା ଘର ଭସ୍ମୀଭୂତ

"ଜଗତସିଂହପୁର: ପାରାଦୀପ ଅଠରବାଙ୍କି ମାଛ ମାର୍କେଟ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷତି ଘଟିଛି।

ପ୍ରାୟ ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି।

ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ମାସ ଶେଷ ସୋମବାର ପାଇଁ ମାର୍କେଟ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା।Advertisment ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ ଉକ୍ତ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଚାଳଘର ଏବଂ ଜରି ପାଲରେ ନିଆଁ ଲାଗିଯାଇଥିଲା ବୋଲି କୁହାଯାଉଛି।

ଏପରିକି ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଆସବାବପତ୍ର, ନଗଦ ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡ ସମୟରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଗ୍ୟାସ ଟାଙ୍କି ଫାଟି ଯିବାରୁ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିପାରିନଥିଲେ।

ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଘର ନିକଟରେ ଥିବା ଅନ୍ୟ ଦୋକାନ ଗୁଡ଼ିକ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି।

କିନ୍ତୁ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

Massive Fire: ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ରୁ ଅଧିକ ଦୋକାନ "