'Raganjali' festival: ‘ରାଗାଞ୍ଜଳି’ ଉତ୍ସବରେ ଝୁମିଲେ ଦର୍ଶକ: ‘ପ୍ରତିଭା ପ୍ରଦର୍ଶନ ପାଇଁ ବୟସ ପ୍ରତିବନ୍ଧକ ନୁହେଁ’

Jun 30, 2026 - 06:29
'Raganjali' festival: ‘ରାଗାଞ୍ଜଳି’ ଉତ୍ସବରେ ଝୁମିଲେ ଦର୍ଶକ: ‘ପ୍ରତିଭା ପ୍ରଦର୍ଶନ ପାଇଁ ବୟସ ପ୍ରତିବନ୍ଧକ ନୁହେଁ’

"ଚନ୍ଦ୍ରଶେଖରପୁର: କଳାତ୍ମକ ଗୁଣ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଅଛି।

ଏହା ଅନ୍ତର୍ନିହିତ କଳା ହୋଇଥିବାରୁ ଲୁକ୍କାୟିତ ଅବସ୍ଥାରେ ରହିଥାଏ।

ହେଲେ ସୁଯୋଗ ପାଇଲେ ଏହି ପ୍ରତିଭା ଆପେ ପ୍ରକାଶିତ ହୋଇଥାଏ; ଯାହାକୁ ବୟସ ବାନ୍ଧି ରଖିପାରେନା।

ତେଣୁ ପ୍ରତିଭା ପ୍ରଦର୍ଶନ ପାଇଁ ବୟସ କେବେ ବି ପ୍ରତିବନ୍ଧକ ସାଜିପାରେନା।

ଏପରି ମତପ୍ରକାଶ କରି ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ "ରାଗାଞ୍ଜଳି" ଉତ୍ସବକୁ ଉଦ୍‌ଘାଟନ କରିଥିଲେ "ସମ୍ବାଦ"ର ସମ୍ପାଦକ ତନୟା ପଟ୍ଟନାୟକ।

ପଦ୍ମଶ୍ରୀ ଶରତ କୁମାର ପାତ୍ର ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଳା ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମିଳିଥାଏ ବୋଲି କହିଥିଲେ।

ତେଣୁ ଯି‌ଏ ଯେଉଁ ବୃତ୍ତିରେ ଥିଲେ ମଧ୍ୟ ତା" ଭିତରେ ଥିବା କଳା ଉଚିତ ମଞ୍ଚ ପାଇଲେ ନିଜକୁ ଅଟକାଇ ପାରେନା‌ ବୋଲି ସେ ନିଜ ଅଭିଭାଷଣରେ କହିଥିଲେ।

ସୀମା ପଟ୍ଟନାୟକ ଓ ସୁଚେତା ପ୍ରିୟବାଦିନୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଂଧ୍ୟା "ରାଗାଞ୍ଜଳି" ଆଜି ସଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା।

Advertisment Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ ଉତ୍ସବରେ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ସୁଜାତା ପଟ୍ଟନାୟକ, ନୃତ୍ୟଶିଳ୍ପୀ ବର୍ଷା ପଟ୍ଟନାୟକ, ଗୁରୁ ଜୀବନପ୍ରକାଶ ଦାସ, ବାସୁଦେବ ସ୍ବାଇଁ ଓ ଦିବ୍ୟ ସାମଲ ଅତିଥି ଭାବେ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବ ପରେ ପ୍ରଥମେ ସୀମା ପଟ୍ଟନାୟକ ଓ ସୁଚେତା ପ୍ରିୟବାଦିନୀ ସିତାର ବୃନ୍ଦ ସଂଗୀତରେ ଦର୍ଶକଙ୍କୁ ଶୁଣାଇଥିଲେ "ଚନ୍ଦନ ସା ବଦନ, ଲଗ୍‌ଜା ଗଲେ, ଫିରଭି ମେରା ମନ୍‌ ପ୍ୟାସା, ଗୋରୀ ତେରା ଗାଁଓ ବଡ଼ା ପ୍ୟାରା, ଅଜୀବ ଦାଶତା‌ ହେ ୟେ ଓ ଚୁରାଲିୟା" ଭଳି ମ୍ୟୁଜିକାଲ ସୀତାର ଧୂନ।

ଏହା ପରେ ସୁଜାତା ପଟ୍ଟନାୟକଙ୍କ କଣ୍ଠରୁ ଦର୍ଶକ ଶୁଣିଥିଲେ "ଚନ୍ଦ୍ରମା ଆଗୋ ଚନ୍ଦ୍ରମା ଓ ସାମ୍‌ ସବେରେ ଗୁଣ ଗାଁଉ.." ଭଳି ଦୁଇଟି ସୁନ୍ଦର ଗୀତ।

ପରେ ପରେ ଆଦ୍ୟାଶା ଦାସଙ୍କ କଣ୍ଠରୁ ଶ୍ରୀକୃଷ୍ଣଙ୍କୁ, କେତକି ଗୋ..

ଭଳି ସୁନ୍ଦର ଗୀତ ଦର୍ଶକଙ୍କ ହୃଦୟ ଜିତିଥିଲା।

ଶେ‌ଷରେ ବର୍ଷା ପଟ୍ଟନାୟକ ନୃତ୍ୟ ମାଧ୍ୟମରେ ୯୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅମୀୟ ପଟ୍ଟନାୟକ ଫିଲ୍ମ ପ୍ରଡକସନ୍ ଓଲିଉଡ୍‌ରେ ତା"ର ଛାଡ଼ି ଚାଲିଥିବା ଛାପକୁ ନେଇ ଏକ ସୁନ୍ଦର ଗ୍ରୁପ୍ ଡ୍ୟାନ୍ସ ପରିବେଷଣ କରିଥିଲେ।

ଯାହାର କୋରିଓଗ୍ରାଫର ଦିବ୍ୟ ସାମଲ ମଧ୍ୟ ନୃତ୍ୟରେ ସାମିଲ ଥିଲେ।

Trauma Care Center: କୋମାରେ ଟ୍ରମାକେୟାର ସେଣ୍ଟର: ନିର୍ମାଣ ହୋଇ ଦୁଇବର୍ଷ ବିତିଲା, କାମରେ ଲାଗୁନି"