World Cup Campaign: ଆଜିଠୁ ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌: ୱେଲ୍ସକୁ ଭେଟିବ ଭାରତ

Aug 14, 2026 - 16:45
World Cup Campaign: ଆଜିଠୁ ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌: ୱେଲ୍ସକୁ ଭେଟିବ ଭାରତ

"ଆମଷ୍ଟଲଭିନ: ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ (ପୁରୁଷ ଓ ମହିଳା) ଶନିବାରଠୁ ବେଲ୍‌ଜିୟମ୍‌ ଓ ନେଦରଲାଣ୍ଡ୍‌ସରେ ଆରମ୍ଭ ହେବ।

ସ୍ବାଧୀନତା ଦିବସରେ ଭାରତୀୟ ପୁରୁଷ ହକି ଦଳ ବିଶ୍ବକପ୍‌ ଅଭିଯାନ ୱେଲ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

ଏହାପରେ ଗ୍ରୁପ୍‌-ଡି"ରେ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୭ରେ ଏବଂ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ୧୯ରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ବିଶ୍ବକପ୍‌ ପୂର୍ବରୁ ଭାରତ ୟୁରୋପୀୟ ଦେଶ ଗସ୍ତ କରି ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ବିପକ୍ଷରେ ଖେଳି ଭଲ ଅଭ୍ୟାସ ପାଇଛି।

ତେଣୁ ପ୍ରଥମ ମ୍ୟାଚ୍‌ ଗ୍ରୁପ୍‌ର ଅନ୍ୟ ଦଳ ଅପେକ୍ଷା ୱେଲ୍ସ ଟିକେ ଦୁର୍ବଳ ଦଳ ଥିବାରୁ ଭାରତର ବିଜୟରୁ ଅଭିଯାନ ଆରମ୍ଭ କରି ଆତ୍ମବିଶ୍ବାସ ସହ ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଛି।

ବିଶ୍ବକପ୍‌ ଖେଳିବାର ଅଭିଜ୍ଞତା ପାଇ ନଥିବା ଦୁଇ ମିଡ୍‌ଫିଲ୍ଡର ରାଜିନ୍ଦର ସିଂହ ଓ ଆଦିତ୍ୟ ଲାଲାଗେଙ୍କ ଉପରେ ଦଳ ପୂରା ଭରସା ରଖିଛି।Advertisment ସେହିପରି ବିଶ୍ବକପ୍‌ ଖେଳିବାର ସ୍ବପ୍ନ ପୂରଣ କରିବାକୁ ଯାଉଥିବା ଗୋଲ୍‌ରକ୍ଷକ ମୋହିତ ଏଚ୍‌ଏସ୍‌ ମଧ୍ୟ ଭଲ କରିବା ଆଶାରେ ରହିଛନ୍ତି।

ଅଭିଜ୍ଞ ଖେଳାଳି ଅଧିନାୟକ ହର୍‌ମନ୍‌ପ୍ରୀତ ସିଂହ, ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ନେଇ ରକ୍ଷଣ ଭାଗ ଦୃଢ଼ ରହିଛି।

ଶେଷ ବିଶ୍ବକପ୍‌ ଖେଳିବା ନେଇ ଘୋଷଣା କରିଥିବା ମନପ୍ରୀତ ସିଂହ ବଡ଼ ଆଶାରେ ରହିଛନ୍ତି।

ଯୁବ ଫରୱାର୍ଡ ଅଭିଷେକ, ଓଡ଼ିଆ ପୁଅ ଶିଳାନନ୍ଦ ଓ ଅଭିଜ୍ଞ ମନଦୀପ ସିଂହ ଓ ଦିଲପ୍ରୀତ ସିଂହଙ୍କ ଉପରେ ପ୍ରଶିକ୍ଷକ ଗ୍ରେଗ୍‌ ଫୁଲଟ୍‌ନ୍‌ ଆଶା ରଖିଛନ୍ତି।

ତେଣୁ ଏଥର ଭାରତ ୫୧ ବର୍ଷର ସ୍ବର୍ଣ୍ଣ ମରୁଡ଼ି ଅବସାନ ଘଟାଇବାର ଲକ୍ଷ୍ୟ ରଖିଛି।

୧୯୭୫ରେ ଶେଷ ଥର ଲାଗି ଭାରତ ବିଶ୍ବକପ୍‌ ବିଜେତା ହୋଇଥିଲା।

ଗତ ଦୁଇ ସଂସ୍କରଣ ନିଜ ମାଟି ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଖେଳିଥିଲେ ମଧ୍ୟ ୨୦୧୮ରେ କ୍ବାର୍ଟରଫାଇନାଲ୍‌ରୁ ବିଦା ହୋଇଥିଲା ବେଳେ ୨୦୨୨ରେ ନବମ ସ୍ଥାନରେ ରହିଥିଲା।

ଅନ୍ୟପକ୍ଷରେ ଗତ ସଂସ୍କରଣରେ ବିଶ୍ବକପ୍‌ ପଦାର୍ପଣ କରିଥିବା ‌ୱେଲ୍ସ ୧୧ତମ ସ୍ଥାନରେ ଅଭିଯାନ ଶେଷ କରିିଥିଲା।

ନିଜର ୩ଟି ଯାକ ଗ୍ରୁପ୍‌ ମ୍ୟାଚ୍‌ରେ ଦଳ ହାରିଥିଲା।

ଭାରତ ବିପକ୍ଷ ମ୍ୟାଚ୍‌ ୨-୪ରେ ହାରିଥିଲା।

୨୦୨୦ ପରେ ଭାରତ-ୱେଲ୍ସ ଦୁଇଥର ମୁହାଁମୁହିଁ ‌ହୋଇଛନ୍ତି।

ଭାରତ ଦୁଇ ଥର ଯାକ ଜିତିଛି।

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ, ବିମାନବନ୍ଦରକୁ ବୋମାରେ ଉଡ଼େଇ ଦେବାକୁ ଧମକ ଭାରତୀୟ ପୁରୁଷ ଦଳ: ଗୋଲି-ମୋହିତ ଏଚ୍‌ଏସ୍‌, ସୂରଜ କରକେରା, ଡିଫେଣ୍ଡର- ଜର୍ମାନପ୍ରୀତ ସିଂହ, ହର୍ମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ, ୟଶଦୀପ ସିୱଚ, ମିଡ୍‌ଫିଲ୍ଡର-ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ହାର୍ଦିକ ସିଂହ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ଫରୱାର୍ଡ- ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ମନଦୀପ ସିଂହ, ଅଭିଷେକ।

ରବିବାର ଠାରୁ ମହିଳାଙ୍କ ଅଭିଯାନ ଭାରତୀୟ ମହିଳ ଦଳ ରବିବାର ପଡ଼ୋଶୀ ଚୀନ୍‌ ବିପକ୍ଷରୁ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ଏହା ପରେ ଦଳ ୧୮ରେ ଦକ୍ଷିଣ ଆଫ୍ରିକା ଓ ୨୦ରେ ଇଂଲଣ୍ଡ ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ଏ ପର୍ଯ୍ୟନ୍ତ ମୋଟ ୧୫ଟି ବିଶ୍ବକପ୍‌ ଖେଳାଯାଇଥିଲା ବେଳେ ଭାରତ ୮ ଥର ଖେଳିଛି ଏବଂ ୭ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା।

୧୯୭୪ରେ ଚତୁର୍ଥ ସ୍ଥାନରେ ରହିବା ଦଳର ଶ୍ରେଷ୍ଠ ପ୍ରଦର୍ଶନ।

ଗତ ଦୁଇ ସଂସ୍କରଣରେ ୨୦୧୮ରେ କ୍ବାର୍ଟରଫାଇନାଲ୍‌ ଖେଳିଥିଲା ବେଳେ ୨୦୨୨ରେ ନବମ ସ୍ଥାନରେ ରହିଥିଲା।

ତେବେ ଜୋଏର୍ଡ ମାରିନଙ୍କ ପ୍ରଶିକ୍ଷିତ ସଲିମା ଟେଟେଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ଦଳ ଏଥର କିଛି ଓଲଟପାଲଟ କରିବାର ଆଶା ରଖିଛି।

ସଂପ୍ରତି ଏଫ୍‌ଆଇଏଚ୍‌ ମାନ୍ୟତାରେ ଭାରତ ନବମ ସ୍ଥାନରେ ଥିଲା ବେଳେ ଚୀନ୍‌ ଚତୁର୍ଥରେ ରହିଛି।

ଉଭୟ ଦେଶ ୨୪ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୧୧ଟିରେ ଜିତି ଆଗରେ ରହିଛି।

ଚୀନ୍‌ ୧୦ଟିରେ ଜିତିଥିଲା ବେଳେ ଅନ୍ୟ ୩ଟି ଡ୍ର ରହିଥିଲା।

ଭାରତୀୟ ମହିଳା ଦଳ: ଗୋଲି-ସବିତା, ବିଚୁ ଦେବୀ ଖରିବାମ, ଡିଫେଣ୍ଡର-ଈଶିକା ଚୌଧୁରୀ, ସୁଶିଳା ଚାନୁ ପୁଖ୍ରାମ୍ବମ, ଲାଲଥାତଲୁଆଙ୍ଗି, ଜ୍ୟୋତି, ଶିଳ୍ପୀ ଦବାସ, ମିଡ୍‌ଫିଲ୍ଡର-ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟୋପ୍ପୋ, ସାଲିମା ଟେଟେ (ଅଧିନାୟିକା),, ନେହା, ଦୀପିକା ସୋରେଙ୍ଗ, ଫରୱାର୍ଡ-ଲାଲରେମସିଆମି, ଋତୁଜା ଦାଦାସାଓ ପିସାଲ, ନବନୀତ କୌର, ଦୀପିକା, ଈଶିକ‌େ, ବଲଜିତ କୌର, ବିଉଟି ଡୁଙ୍ଗଡୁଙ୍ଗ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media