Bribery Case ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ, ବିଡିଏର ପୂର୍ବତନ ସେକ୍‌ସନ୍‌ ଅଫିସରଙ୍କୁ ୩ବର୍ଷ କାରାଦଣ୍ଡ

Aug 14, 2026 - 17:01
Bribery Case ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ, ବିଡିଏର ପୂର୍ବତନ ସେକ୍‌ସନ୍‌ ଅଫିସରଙ୍କୁ ୩ବର୍ଷ କାରାଦଣ୍ଡ

"ଭୁବନେଶ୍ବର: ଘରର ମାଲିକାନା ପରିବର୍ତ୍ତନ ଆବେଦନକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ।

ଏହି ସମୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ରଙ୍ଗେହାତ ଧରାପଡ଼ିଥିଲେ।

ଏହି ମାମଲାର ଶୁଣାଣି କରି ଆଜି (ଶୁକ୍ରବାର) ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ ଅଭିଯୁକ୍ତ ସେକ୍‌ସନ୍‌ ଅଫିସରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment Bribery Case: ଲାଞ୍ଚ ମାମଲାରେ ପୂର୍ବତନ ଓପ୍ରସେ ଅଧିକାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ତତ୍‌କାଳୀନ ସେକ୍‌ସନ୍‌ ଅଧିକାରୀ (ଆଲଟମେଣ୍ଟ୍‌ ବିଭାଗ) ତାରିଣୀ ଚରଣ ଦାସ ଲାଞ୍ଚ ମାମଲାରେ ଧରାପଡ଼ିଥିଲେ।

ତାଙ୍କ ବିରୋଧରେ ଭିଜିଲାନ୍‌ସ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), ୧୩(୧) ଓ ୭ରେ ଏକ ମାମଲା ରୁଜୁ କରିଥିଲା।

ଏହି ମାମଲାର ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଭିଜିଲାନ୍‌ସ ବିଭାଗର ଅଭି‌ଯୋଗ ଫର୍ଦ୍ଦ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି।

Jail in Bribery Case ଦୁର୍ନୀତିଗ୍ରସ୍ତ ପୁଲିସ ଏଏସ୍‌ଆଇଙ୍କୁ ୪ ବର୍ଷ କାରାଦଣ୍ଡ ବର୍ତ୍ତମାନ ତାରିଣୀ ଚରଣ ଦାସ କାର୍ଯ୍ୟରୁ ଅବସର ନେଇଛନ୍ତି।

ବିଭାଗୀୟ ନିୟମାନୁସାରେ ତାଙ୍କରି ପେନ୍‌ସନ ବନ୍ଦ କରିବାକୁ ଭିଜିଲାନ୍‌ସ ବିଭାଗ ପଦକ୍ଷେପ ନେବ ବୋଲି ସୂଚନା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media