Worker Dies: ପୁଣି ଜଣେ ଦାଦନଙ୍କ ମୃତ୍ୟୁ

Jun 05, 2026 - 14:26
Worker Dies: ପୁଣି ଜଣେ ଦାଦନଙ୍କ ମୃତ୍ୟୁ

"ସଇଁତଲା: ବଲାଙ୍ଗୀର ଜିଲ୍ଲା ସାରା ରାଜ୍ୟରେ ଦାଦନ ପ୍ରବଣ ଜିଲ୍ଲା ଭାବରେ ଖ୍ୟାତି ଅର୍ଜନ କରିସାରିଛି ।

କାମ ଧନ୍ଦା ନ ପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କିନ୍ତୁ ଅଧକାଂଶ ସମୟରେ ଜିଲ୍ଲାରେ ଦାଦନର ମୃତ୍ୟୁ ଖବର ଆସୁଛି ।

ଦିନକୁ ଦିନ ଦାଦନ ଦୁଃଖ ବୃଦ୍ଧି ପାଉଥିବାବେଳେ ପ୍ରଶାସନ ତରଫରୁ କୌଣସି ଆଖଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।Advertisment ଜିଲ୍ଲାରେ ପୁଣି ଜଣେ ଦାଦନଙ୍କ ମୃତ୍ୟୁ  ଜିଲ୍ଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ହୋଇଯାଉଛନ୍ତି କିନ୍ତୁ ଶବ ହୋଇ ଫେରୁଛନ୍ତି ।

ଜିଲ୍ଲାରେ ପୁଣି ଜଣେ ଦାଦନଙ୍କ ମୃତ୍ୟୁ ଖବର ପରିବାରର ମେରୁଦଣ୍ଡ ଭାଙ୍ଗିଦେଇଛି ।

ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଅଂଚଳରେ ।

ସୂଚନା ଅନୁସାରେ ସଇଁତଲା ବ୍ଳକ ଅନ୍ତଗତ ଭଦ୍ରା ପଂଚାୟତର ସିଲେଟପଡ଼ା ଗ୍ରାମର ନବୀନ ସୁନାଙ୍ଗ ପୁଅ ଦେବେନ୍ଦ୍ର ସୁନା ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବରେ ଯାଇଥିଲେ ।

ଦେବେନ୍ଦ୍ର ବେଙ୍ଗାଲୁରୁ ଏସଏମଭିଟି ଅଂଚଳରେ ଥିବା ଏକ ସଫି ମଲରେ କାମ କରି ପରିବାର ଲୋକଙ୍କୁ ଟଙ୍ଗା ପଠାଉଥିଲେ ।

ଗତ ସୋମବାର ଦିନ ଦେବେନ୍ଦ୍ର ଅସୁସ୍ଥ ଅନୁଭବ କରିବାରୁ ସଫି ମଲ ତରଫରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥଲା ।

କିନ୍ତୁ ଚିକିସାଧନ ଅବସ୍ଥାରେ ବୁଧବାର ଅପରାହ୍ଣ ୪ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇବାପରେ ପରିବାର ଲୋକେ ଶବ ଆଣିବାକୁ ଯାଇଥିଲେ ।

କିନ୍ତୁ ଘରୋଇ ଚିକିତ୍ସାଳୟରେ ହୋଇଥବା ଚିକିତ୍ସା ଟଙ୍ଗା ପ୍ରାୟ ୨ଲକ୍ଷ ପଚାଶ ହଜାରଟଙ୍ଗା ପ୍ରଦାନ କରିବାପରେ ଯାଇ ଶବ ଦିଆଯିବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଥଲେ ।

ଏ ବିଷୟରେ ପରିବାର ଲୋକେ ପ୍ରଶାସନର ଦ୍ଵାରସ୍ତ ହୋଇଥଲେ ।

ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ହସ୍ତକ୍ଷେପପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା ।

ଶୁକ୍ରବାର ଦିନ ପରିବାର ଲୋକେ ଶବ ଆଣୁଥବା ମୃତ ଦେବେନ୍ଦ୍ରଙ୍କ ପିତା ନବୀନ କହିଛନ୍ତି ।

ଦେବେନ୍ଦ୍ରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶା ଆହୁରି ପଢ଼ନ୍ତୁ: BJP: ବିଜେପି ଛାଡ଼ିଲେ କେ ଅନ୍ନାମଲାଇ ଆହୁରି ଦେଖନ୍ତୁ..

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।