Taking Own Life: ଶିବ ମନ୍ଦିର ପରିସରରେ ଥିବା କୂଅରେ ରଶି ଦେଇ ଆତ୍ମହତ୍ୟା ଅଭିଯୋଗ

Jun 05, 2026 - 14:26
Taking Own Life: ଶିବ ମନ୍ଦିର ପରିସରରେ ଥିବା କୂଅରେ ରଶି ଦେଇ ଆତ୍ମହତ୍ୟା ଅଭିଯୋଗ

"କେନ୍ଦୁଝର: ଆଜି ସକାଳୁ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ଥିବା କୂଅରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଏହାର କାରଣ ଅସ୍ପଷ୍ଟ ଥିବା ବେଳେ ଟାଉନ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କର ମସ୍ତିଷ୍କ ବିକୃତି ଥିବା  ଜଣାପଡି ଥିବା ବେଳେ ତିନି ଦିନ ହେବ ସେ ଘରେ ନଥିଲେ।Advertisment କୂଅରୁ  ଦୁର୍ଗନ୍ଧ ବାହରିବାରୁ ଲୋକେ ଯାଇ ଦେଖିଥିଲେ ଆଜି ସକାଳୁ ବ୍ରାହ୍ମଣୀ ଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ଥିବା କୂଅରୁ ଦୁର୍ଗନ୍ଧ ବାହରିବାରୁ ଲୋକେ ଯାଇ ଦେଖିଥିଲେ।

ସେଠାରେ ମୃତ ଡମା ନାଏକ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଆହୁରି ପଢ଼ନ୍ତୁ:Rising Inflation: ବଢ଼ିବ ଦରଦାମ୍‌: କମିବ ବିକାଶର ଗତି -ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ବଢ଼ିବନି ଇଏମ୍‌ଆଇ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।