Woman Robber ଆଖିର ଯାଦୁକରୀ ଇଙ୍ଗିତରେ ଫସାଇ ଲୁଟୁଥିଲେ ଲେଡି ଲୁଟେରା, ଧରାପଡ଼ିଗଲେ
"ଭୁବନେଶ୍ବର(ସୂରଯ ମଲ୍ଲିକ): ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଆଖିର ଯାଦୁକୁ ନେଇ ଅନେକ ସଂଳାପ ଓ ଗୀତ ରଚନା ହୋଇଛି।
ଇଶାରୋଁ ଇଶାରୋଁ ମେ ଦିଲ୍ ଲେନେବାଲା…ନଜରୋଁସେ କ୍ୟା ଯାଦୁ ଚଲାନେ।
୭୦ଦଶକର ବଲିଉଡ୍ ଚଳଚ୍ଚିତ୍ର "କଶ୍ମିର କି କଲି"ର ଏହି ଗୀତ ଆଜି ମଧ୍ୟ ଅନେକଙ୍କ ଓଠରେ ଶୁଣିବାକୁ ମିଳିଥାଏ।
ଆଖିର ମନମତାଣିଆ ଇଙ୍ଗିତରେ କେତେବେଳେ ଅଭିନେତାଙ୍କ ହୃଦୟ ତ କେତେବେଳେ ଲୋକଙ୍କ ଅଳଙ୍କାର, ମନିପର୍ସ ଆଦି ଚୋରାଇ ନେଉଥିବା ଦେଖିବାକୁ ମିଳେ।
ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏଭଳି ଯାଦୁକରୀ ଆଖିର ଇସାରାରେ ଲୋକଙ୍କୁ ଫସାଇ ଲୁଟୁଥିବା ଜଣେ ପେଶାଦାର ଲୁଟେରା ଯୁବତୀ ଆଜି ଓଡ଼ିଶା ପୁଲିସ ହାତରେ ଧରାପଡ଼ିଛନ୍ତି।Advertisment ମୋ" ବସ୍ରେ ମାତିଛନ୍ତି ଲେଡି ଲୁଟେରା ୩ ଛତିଶଗଡ଼ୀ ମହିଳା କାବୁ ଯୁବତୀ ଜଣଙ୍କ ନାମ ତମନ୍ନା ପରବିନ୍।
କି ଯୁବକ ବୁଢ଼ା, ହରିଣୀ ଭଳି ମନମତାଣିଆ ଆଖିର ଇଙ୍ଗିତରେ ଫସିଯାଉଥିଲେ ସମସ୍ତେ।
ପରବିନ୍ଙ୍କ ଲୁଟ୍ର ଢଙ୍ଗ ମଧ୍ୟ ଚଳଚ୍ଚିତ୍ରର ରଙ୍ଗିନ୍ ଦୃଶ୍ୟ ଭଳି ଚମତ୍କାରୀ ଅଟେ।
ପ୍ରଥମେ ଆଖିରେ ଇସାରା ଦେବେ।
ପରେ ପାଖକୁ ଆସି ସାଙ୍ଗରେ ଯିବାକୁ ଡାକିବେ।
ନ ଶୁଣିଲେ ଅସୁବିଧାରେ ପଡ଼ିଛୁ କହି ସାହାଯ୍ୟ ମାଗିବେ।
ଆଉ ଶେଷରେ ସୁବିଧା ସୁଯୋଗ ଦେଖି ମୋବାଇଲ୍, ସୁନାଚେନ୍, ଟଙ୍କା ଆଦି ଛଡ଼ାଇନେବେ।
ଜୟପୁରରେ ମାତିଛନ୍ତି ଲେଡି ଲୁଟେରା, ସିସିଟିଭିରେ କଏଦ ହେଲା ଗାଡି ଚୋରିର ଦୃଶ୍ୟ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ମୁସଲିମ୍ ବସ୍ତିରୁ ତମନ୍ନାଙ୍କୁ ଗିରଫ କରାଯାଇଛି।
ଅପରପଟେ ଏହି ଘଟଣାର ଆଉ ତମନ୍ନା ଆଉ ଜଣେ ମହିଳା ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି।
ଦୁର୍ଦ୍ଦାନ୍ତ ନଣ୍ଡାକୁ ୧୦ ବର୍ଷ ଜେଲ୍: ଲେଡି ଲୁଟେରା ମୁସ୍କାନର ଡାହାଣ ହାତ ପୁଲିସ ସୂଚନା ଅନୁସାରେ, ଜୁଲାଇ ୨୦ ତାରିଖରେ ଅନୁଗୁଳର ଅଭିଷେକ ଠାକୁର ଭୁବନେଶ୍ବରସ୍ଥିତ ପାସ୍ପୋର୍ଟ ଅଫିସ୍କୁ ଆସୁଥିଲେ।
ରାତି ପ୍ରାୟ ୯ଟା ୩୦ରେ ଟ୍ରେନ୍ରୁ ଓହ୍ଲାଇ ଅଟୋ ଖୋଜୁଥିବା ବେଳେ ତମନ୍ନା ଓ ତା" ସହଯୋଗୀ ତାଙ୍କୁ ଦୂରରୁ ରହି କିଛି ଇସାରା କରିଥିଲେ।
ଅଭିଷେକ କିଛି ବୁଝି ନପାରିବାରୁ, ତାଙ୍କୁ କଣ ଇଙ୍ଗିତ କରୁଥିବା ନେଇ ପ୍ରଶ୍ନ କରିଥିଲେ।
ବାସ୍, ଏଇ ମଉକାରେ ୨ ଯୁବତୀ ତାଙ୍କ ପାଖକୁ ଆସି ପାଖରେ ଥିବା ଏକ ଅନ୍ଧାରୁଆ ଜାଗାକୁ ଯିବାକୁ କହିଥିଲେ।
ଅଭିଷେକ ରାଜି ନହେବାରୁ ତାଙ୍କ ହାତକୁ ଧରି ଟାଣିଥିଲେ।
ଏହା ପରେ ଜୋର ଜବରଦସ୍ତ ତାଙ୍କ ବେକରୁ ସୁନା ଲକେଟ୍ ଛଡ଼ାଇ ନେଇ ଚମ୍ପଟ୍ ମାରିଥିଲେ।
ତାଙ୍କ ସହଯୋଗୀ କାଳନ୍ଦୀ ମଧ୍ୟ ଏଥିରେ ସମ୍ପୃକ୍ତ।
ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସିସିଟିଭି, ସାକ୍ଷ୍ୟଙ୍କ ବିବରଣୀ, ପାରିପାର୍ଶ୍ବିକ ସ୍ଥିତି ଆଦିକୁ ଅନୁଶୀଳନ କରି ଶେଷରେ ପୁଲିସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ତମନ୍ନା ନିକଟରେ ପହଞ୍ଚିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
