Woman ASI Caught: ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ଏଏସଆଇ
"ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାୟକଙ୍କୁ ଉକ୍ତ ଥାନାରେ ସମ୍ପ୍ରତି ରୁଜୁ ହୋଇଥିବା ଏକ ମାମଲାରେ ସହାୟତା କରିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।
ଏହି ମାମଲାରେ ଶ୍ରୀମତୀ ନାୟକ ତଦନ୍ତକାରୀ ଅଧିକାରୀ ଥିଲେ।
କିନ୍ତୁ, ଅଭିଯୋଗକାରୀ ଏବଂ ତାଙ୍କ ପ୍ରତିପକ୍ଷଙ୍କ ଆପୋଷ ରିପୋର୍ଟ ପରେ ମାମଲାର ସମାଧାନ ପାଇଁ ଅଭିଯୁକ୍ତ ଏଏସଆଇ ଶ୍ରୀମତୀ ନାୟକ ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।Advertisment ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇଥିଲେ ଅଭିଯୋଗକାରୀ ୧୦,୦୦୦ ଟଙ୍କା ଲାଞ୍ଚ ଦେବାକୁ ଅସମର୍ଥ ପ୍ରକାଶ କରିବା ପରେ, ଅଭିଯୁକ୍ତ ଏଏସଆଇ ଲାଞ୍ଚ ପରିମାଣକୁ ୮,୦୦୦ ଟଙ୍କାକୁ ହ୍ରାସ କରିଥିଲେ।
୮,୦୦୦ ଟଙ୍କା ଲାଞ୍ଚ ଦେବାକୁ ଅନିଚ୍ଛୁକ ଥିବାରୁ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇଥିଲେ।
ଏହି ଆଧାରରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଜରପଡ଼ା ଥାନା ପରିସରରେ ଅଭିଯୋଗକାରୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇ ସୀତା ନାୟକଙ୍କୁ ଗିରଫ କରିଛି।
Price Increase: ଦରବୃଦ୍ଧି ପ୍ରଭାବ: ମୋବାଇଲ୍ ଫୋନ୍ ବିକ୍ରି ୩୫% ହ୍ରାସ ଶ୍ରୀମତୀ ନାୟକଙ୍କଠାରୁ ସମସ୍ତ ୮ ହଜାର ଟଙ୍କା ଜବତ କରାଯାଇଛି ।ଏହାପରେ ତାଙ୍କ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।