MPPSC: ଏମପିପିଏସସି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି- ୨୦୨୬ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
"ନୂଆଦିଲ୍ଲୀ: ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷାରେ କ୍ୟାରିଅର ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର।
ମଧ୍ୟପ୍ରଦେଶ ପବ୍ଲିକ୍ ସର୍ଭିସ୍ କମିଶନ (ଏମପିପିଏସସି)ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି- ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୯୪୯ ପଦବି ପୂରଣ କରାଯିବ।Advertisment ଟେକ୍ସାସରେ ଗଣଗୁଳିକାଣ୍ଡ: ଜଣେ ମୃତ, ୧୦ ଆହତ ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି।
ସେହିପରି ମଧ୍ୟପ୍ରଦେଶ ସରକାରଙ୍କ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ବୟସ ଛାଡ଼ର ଲାଭ ପାଇବେ।
ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କୁ ଏକ ଲିଖିତ ପରୀକ୍ଷା ଦେବାକୁ ହେବ।
ଏହି ପରୀକ୍ଷାରେ ସଫଳ ପ୍ରାର୍ଥୀଙ୍କ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।
ଆବଶ୍ୟକ ପଡ଼ିଲେ କମିଶନ ଏକ ସାକ୍ଷାତକାର ମଧ୍ୟ ନେଇପାରନ୍ତି।
ଚୂଡ଼ାନ୍ତ ଚୟନ ଯୋଗ୍ୟତା ଉପରେ ଆଧାରିତ ହେବ।
ସରକାରୀ ନିୟମ ଅନୁଯାୟୀ ,ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ ୫୭,୭୦୦ଟଙ୍କା ପ୍ରାରମ୍ଭିକ ଦରମା ପାଇବା ସହିତ ଅନ୍ୟାନ୍ୟ ଭତ୍ତା ଏବଂ ସୁବିଧା ସୁଯୋଗ ବି ପାଇପାରିବେ।ସାଧାରଣ ବର୍ଗ ଏବଂ ମଧ୍ୟପ୍ରଦେଶ ବାହାରର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଫି ୫୦୦ ଏବଂ ପୋର୍ଟାଲ୍ ଫି ୪୦ଟଙ୍କା ରହିଛି।
ମଧ୍ୟପ୍ରଦେଶର ଏସସି, ଏସଟି, ଓବିସି, ଏବଂ ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଏବଂ ପୋର୍ଟାଲ୍ ଫି ୪୦ଟଙ୍କା ଧାର୍ଯ୍ୟ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।