Wine tragedy: ମଣିପୁରରେ ଅପମିଶ୍ରିତ ମଦ ପିଇ ୧୫ଜଣଙ୍କ ମୃତ୍ୟୁ, ୨୦୦ ଗୁରୁତର
ଇମ୍ଫାଲ: ମଣିପୁରର ଚାନ୍ଦେଲ ଜିଲ୍ଲାରେ ମଦମୃତ୍ୟୁ ର ତାଣ୍ଡବ ଦେଖିବାକୁ ମିଳିଛି।
ଅପମିଶ୍ରତି ମଦପିଇ ବିଗତ ୪୮ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ତଦନ୍ତ ରିପୋର୍ଟ ମାଗିଛନ୍ତି।
Advertisment ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ଥିବା ଲୋକଙ୍କୁ ମଣିପୁର ପଶ୍ଚିମରେ ଶିଜା ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇଷ୍ଟିଚ୍ୟୁଟ ଓ ମଣିପୁର ପୂର୍ବସ୍ଥିତ ବବିନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁରୁତରମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି।
ସେ ସେଠାରେ ଡାକ୍ତର ଏବଂ ରୋଗୀମାନଙ୍କୁ ଭେଟି କଥାବାର୍ତ୍ତା କରିଛନ୍ତି।
ଏଥି ସହିତ ମେଡିକାଲରେ ଚିକିତ୍ସା କିଭଳି ଚାଲିଛି, ସେନେଇ ସମୀକ୍ଷା କରିଛନ୍ତି।
ଗୁରୁତରମାନଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏଥି ସହିତ ଗୁରୁତରମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି।
ବିଷାକ୍ତ ମଦ ବଳୟରେ ଆସିକା: ଚିକିଟି ମଦମୃତ୍ୟୁ ପରେ ମଧ୍ୟ ଚେତୁନି ଅବକାରୀ ବିଭାଗ...
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଅଭାବନୀୟ ଘଟଣା।
ଏହି ଘଟଣା ସହିତ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସାଧାରଣ ଔଷଧ ଏବଂ ମେଡିକାଲ ଷ୍ଟାଫ୍ଙ୍କୁ ନେଇ ଏକ ଡାକ୍ତରୀ ଦଳ ପରିସ୍ଥିତି ଉପରେ ଅଧିକ ଜାଣିବା ପାଇଁ ଚାନ୍ଦେଲ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଅଭିମୁଖେ ବାହାରିଛନ୍ତି, ଯେଉଁଠାରେ ମଦମୃତ୍ୟୁ ଘଟଣା ଘଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
