Wild Boar Killed ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ବାର୍ହା ମୃତ, ଜଣେ ଗିରଫ
"ଖପ୍ରାଖୋଲ ( ନରେନ୍ଦ୍ର ଭୋଇ ): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବନାଞ୍ଚଳରେ ଏକ ଫାର୍ମ ହାଉସ୍ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାର୍ହାର ମୃତ୍ୟୁ ଘଟିଥିଲା।
ଏହି ଘଟଣାରେ ବନ ବିଭାଗ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି।
Advertisment Wild Boar Hunting ବାର୍ହା ଶିକାର, ୪ ଅଭିଯୁକ୍ତ ଗିରଫ ସୂଚନା ଅନୁଯାୟୀ, ଖପ୍ରାଖୋଲ ଥାନା ଅନ୍ତର୍ଗତ ଦେଦର୍ହ ଗ୍ରାମ ନିକଟରେ ଥିବା ସୁଶାନ୍ତ ମେହେର (ରିଙ୍କୁ)ଙ୍କ ଫାର୍ମ ହାଉସ ପରିସରରେ ଶିକାର ନିମନ୍ତେ ରବିବାର ରାତିରେ ବିଦ୍ୟୁତ୍ ତାର ବିଛାଇଥିଲେ।
ଏଥିରେ ଏକ ଜଙ୍ଗଲୀ ଏକ ବାର୍ହାର ମୃତ୍ୟୁ ଘଟିଥିଲା।
ଖବର ପାଇ ଖପ୍ରାଖୋଲ ବନପାଳ ସୁଧୀର ଜେନା ଓ ବନପାଳ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍ ସହ ଖପ୍ରାଖୋଲ ପୁଲିସ ଏସ୍ଆଇ ଲିଙ୍ଗରାଜ କିଷାନଙ୍କ ସମେତ ପୋଲିସ ଟିମ୍ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ରାତି ପ୍ରାୟ ୧୧ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେଠାରୁ ପ୍ରାୟ ୬୦ କିଲୋଗ୍ରାମ ଓଜନର ଏକ ମୃତ ବାରହାକୁ ଫାର୍ମ ହାଉସ ଭିତରୁ ଜବତ କରାଯାଇଥିଲା।
Chhadakhai 2 Accused Arrested: ଛାଡ଼ଖାଇ ପାଇଁ ବାର୍ହା ମାଂସ କାଟିବା ବେଳେ ଚଢ଼ାଉ, ୨ ଜଣଙ୍କୁ ଗିରଫ କଲା ବନବିଭାଗ ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଫାର୍ମ ହାଉସର ଜଗୁଆଳି ଉଗ୍ରେସନ ମାଝୀ ଫେରାର ହୋଇଯାଇଥିଲା।
ପରେ ବନବିଭାଗର ତତ୍ପରତା ଓ ଲଗାତାର ଉଦ୍ୟମ ଫଳରେ ସୋମବାର ପୂର୍ବାହ୍ଣରେ ଅଭିଯୁକ୍ତ ଉଗ୍ରସେନ ନାୟକ କୁ ଗିରଫ କରିଯାଇଥିଲା।
ଆଜି ତାଙ୍କୁ ଆବଶ୍ୟକ ଆଇନଗତ କାର୍ଯ୍ୟକ୍ରମ ପରେ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ରେଞ୍ଜର ଅରବିନ୍ଦ ନାୟକ ସୂଚନା ଦେଇଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।