healthcare infrastructure ସମ୍ବଲପୁରରେ ତୃଣମୂଳ ସ୍ବାସ୍ଥ୍ୟସେବା: ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍ର ରିପୋର୍ଟକୁ ନେଇ ସମୀକ୍ଷା
"ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ୨୬ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍ (State Supportive Supervision Team)ର ରିପୋର୍ଟକୁ ଆଧାର କରି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
Advertisment Healthcare Crisis: ଅନ୍ତିମ ଶଯ୍ୟାରେ ଜିଲ୍ଲାର ସ୍ବାସ୍ଥ୍ୟସେବା: ୪୦.୪୪ ପ୍ରତିଶତ କର୍ମଚାରୀ ଅଭାବ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ୍ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଆଭାସୀ ମାଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଡ ବୃନ୍ଦା ଡି ଏବଂ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ସମେତ ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍ ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ ।
ରିପୋର୍ଟ ଆଧାରରେ, ଜିଲ୍ଲାର ସ୍ଵାସ୍ଥ୍ୟ ଭିତ୍ତିଭୂମି, ଯନ୍ତ୍ରପାତି ଓ ଜରୁରୀ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ସନ୍ତୋଷ ଜନକ ଭାବେ ଉପଲବ୍ଧ ଥିବା ବେଳେ ଆବଶ୍ୟକ ପର୍ଯ୍ୟବେକ୍ଷଣ, କ୍ଲିନିକାଲ୍ ପ୍ରାକ୍ଟିସ ଏବଂ ଅନୁଧ୍ୟାନ ସମୟରେ ରହିଥିବା ତ୍ରୁଟିଗୁଡ଼ିକ ସୁଧାର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
Medicine shops closed: ଔଷଧ ଦୋକାନ ବନ୍ଦ, ସ୍ବାସ୍ଥ୍ୟସେବା ପ୍ରଭାବିତ: ଖୋଲା ରହିଲା ନିରାମୟ, ଜନୌଷଧି କେନ୍ଦ୍ର ବୈଠକରେ କେତେକ କ୍ଷେତ୍ର ଚିହ୍ନଟ କରାଯାଇଛି, ଯେଉଁଥିରେ ଉଚ୍ଚ ସଙ୍କଟ( ହାଇ ରିସ୍କ) ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ନିୟମିତ ସ୍ଵାସ୍ଥ୍ୟ ଅନୁଧ୍ୟାନ କରିବା, ସଂକ୍ରମଣ ପ୍ରତିରୋଧ ଓ ଜୀବାଣୁ ନାଶନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଜରୁରୀକାଳୀନ ଔଷଧଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା, ଯନ୍ତ୍ରପାତିଗୁଡ଼ିକର ରକ୍ଷଣାବେକ୍ଷଣ, ମାନବ ସମ୍ବଳ ତଥା ପ୍ରଶିକ୍ଷଣଗତ ତ୍ରୁଟିଗୁଡ଼ିକର ସମାଧାନ କରିବା ଉପରେ ଗୁରୁତ୍ଵ ଦେବାକୁ ଆଲୋଚନା କରାଯାଇଛି ।
ସ୍ଵାସ୍ଥ୍ୟସେବା ପ୍ରଦାନ ଏବଂ ରୋଗୀଙ୍କ ସୁରକ୍ଷାକୁ ଦୃଢ଼ କରିବା ନିମନ୍ତେ ଏକ ସମୟବଦ୍ଧ ୩୦ ଦିନିଆ -୬୦ ଦିନିଆ -୯୦ ଦିନିଆ କାର୍ଯ୍ୟପନ୍ଥା କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ବଲପୁର ଜିଲ୍ଲାରେ ମାତୃ ଓ ନବଜାତକ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ନିୟମିତ ମନିଟରିଂ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ କମିଶନର-ତଥା-ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।
Toilet problem ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ଶୌଚାଳୟ ଗାଏବ!
ସମ୍ବଲପୁର ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ଟିମ ସମୀକ୍ଷା ସମୟରେ ସାମ୍ନାକୁ ଆସିଥିବା ସମସ୍ୟାଗୁଡ଼ିକର ସମାଧାନ ସହ ଜିଲ୍ଲାରେ ଏବଂ ବୁର୍ଲାସ୍ଥିତ ଭିମସାର୍ରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟ ସମସ୍ତ ସୁପାରିଶର ପୂର୍ଣ୍ଣ ପାଳନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।