Anti-paper leak Bill: ସଂସଦରେ ପେପର ଲିକ୍‌ ବିଲ୍‌କୁ ନେଇ ବିତର୍କ

Jul 28, 2026 - 18:57
Anti-paper leak Bill: ସଂସଦରେ ପେପର ଲିକ୍‌ ବିଲ୍‌କୁ ନେଇ ବିତର୍କ

"ନୂଆଦିଲ୍ଲୀ: ପେପର ଲିକ୍‌ ରୋକିବା ପାଇଁ ଆଣାଯାଇଥିବା "ପବ୍ଲିକ୍‌ ଏକ୍ସାମିନେସନ୍‌ସ (ପ୍ରିଭେନସନ୍‌ ଅଫ୍‌ ଅନଫେୟାର ମିନ୍ସ) ସଂଶୋଧନ ବିଲ୍‌, ୨୦୨୬"କୁ ନେଇ ମଙ୍ଗଳବାର ଲୋକସଭାରେ ସରକାର-ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ।

ଗତ କିଛି ଦିନ ଧରି ଅଚଳ ଥିବା ସଂସଦରେ ଏହି ବିଲ୍‌ ଉପରେ ଆଲୋଚନା ଆରମ୍ଭ ହେବା ସହ ବିରୋଧୀ ଦଳ ସରକାରଙ୍କୁ ନିଟ୍‌ ପେପର ଲିକ୍‌ ଘଟଣା ଓ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ଘେରିଥିଲେ।

ସରକାର କହିଛନ୍ତି, ଏହି ସଂଶୋଧନ ଆଇନ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବାରେ ସହାୟକ ହେବ।Advertisment ଲୋକସଭାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ କଟାକ୍ଷ କରି କହିଥିଲେ ଯେ, କେବଳ କ୍ୟାମେରାର କୋଣ ବଦଳାଇଲେ ହେବ ନାହିଁ, ସରକାରଙ୍କୁ ନିଜ ମନୋଭାବ ବଦଳାଇବାକୁ ପଡ଼ିବ।

ସେ କହିଥିଲେ, ନିଟ୍‌ ପେପର ଲିକ୍‌ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ବଳପ୍ରୟୋଗ କରାଗଲା, ଅନ୍ୟପଟେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେପି ତାଙ୍କୁ ବିଜୟୀଙ୍କ ଭଳି ସମ୍ବର୍ଦ୍ଧନା ଦେଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶ୍ନ କରି କହିଥିଲେ, ଦେଶର ଯୁବପିଢ଼ିର ଯନ୍ତ୍ରଣାକୁ ବୁଝିବା ଆବଶ୍ୟକ।

କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ ପ୍ରିୟଙ୍କା ଏହା ମଧ୍ୟ କହିଥିଲେ ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରୀ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ।

ସରକାର ନିଜର ଦାୟିତ୍ବ ସ୍ୱୀକାର କରିବା ସହ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଫେରାଇ ଆଣିବା ଉଚିତ।

ଏହି ମନ୍ତବ୍ୟକୁ ନେଇ ନୂଆ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କ୍ଷୁବ୍ଧ ହୋଇ କହିଥିଲେ, ବ୍ୟକ୍ତିଗତ କଟାକ୍ଷ କରିବା ପରିବର୍ତ୍ତେ ବିଲ୍‌ର ବ୍ୟବସ୍ଥା ଉପରେ ଗଠନମୂଳକ ଆଲୋଚନା କରିବା ଉଚିତ।

ବିରୋଧୀ ଦଳ ଗୁରୁତ୍ୱପୂର୍ଣ୍ଣ ଆଇନକୁ ରାଜନୀତିକ ରଙ୍ଗ ଦେଉଛନ୍ତି ବୋଲି ସେ କହିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ସଂଶୋଧନ ବିଲ୍‌ରେ ପେପର ଲିକ୍‌ ମାମଲାର ତଦନ୍ତକୁ ଅଧିକ କଠୋର କରିବା, ସ୍ୱତନ୍ତ୍ର ତଦନ୍ତ ବ୍ୟବସ୍ଥା ଓ ଶୀଘ୍ର ବିଚାର ପାଇଁ ବିଶେଷ ବ୍ୟବସ୍ଥା ରହିଛି।

ବିରୋଧୀ ଦଳ ମତରେ, କେବଳ ଦଣ୍ଡ ବଢ଼ାଇଲେ ସମସ୍ୟାର ସମାଧାନ ହେବ ନାହିଁ; ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ମୂଳଗତ ସଂସ୍କାର ଆବଶ୍ୟକ।

ଦୀର୍ଘ ସମୟ ଧରି ଏହି ବିଲ୍‌କୁ ନେଇ ଉଭୟ ପକ୍ଷ ମଧ୍ୟରେ ତର୍କବିତର୍କ ଜାରି ରହିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।