US Open 2026: ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳରେ ଏକାଠି ଖେଳିବେ ଜୋକୋଭିକ୍‌-ସାବାଲେଙ୍କା...

Jul 28, 2026 - 16:22
US Open 2026: ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳରେ ଏକାଠି ଖେଳିବେ ଜୋକୋଭିକ୍‌-ସାବାଲେଙ୍କା...

"ନୂଆଦିଲ୍ଲୀ, ୨୮/୭: ଟେନିସ କିଂବଦନ୍ତି ନୋଭାକ ‌‌ଜୋକୋଭିକ୍‌ ଓ ଆରିନା ସାବାଲେଙ୍କା ଆଗାମୀ ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ଏକାଠି ଖେଳିବେ।

ଏହି ଯୋଡ଼ି ୧୬ ଦଳୀୟ ଏହି ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ପ୍ରତିଯୋଗିତାର ବିଜେତା ଦଳକୁ ୧ ମିଲିୟନ୍‌ ଡଲାର (ଭାରତୀୟ ମୁଦ୍ରାରେ ୯.୫ କୋଟିରୁ ଅଧିକ) ପୁରସ୍କାର ପ୍ରଦାନ କରାଯିବ।

ଫଳରେ ଗସ୍ତ ବର୍ଷଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ପୁଣିଥରେ ଅନେକ ଶ୍ରେଷ୍ଠ ଏକକ ଟେନିସ୍‌ ଖେଳାଳି ଆକୃଷ୍ଟ ହୋଇଛନ୍ତି।Advertisment ଆହୁରି ପଢ଼ନ୍ତୁ- Award: ବାମରାର ଗର୍ବ: ବିଶ୍ୱସ୍ତରୀୟ "ରିଚାର୍ଡ ଏମ୍.

ବାସ୍" ପୁରସ୍କାର ପାଇବେ ବୈଜ୍ଞାନିକ ଶୁଭମ ସାହୁ ଏକାଠି ଖେଳିବେ ଜୋକୋଭିକ୍‌-ସାବାଲେଙ୍କା ଜୋକୋଭିକ୍‌-ସାବାଲେଙ୍କା ବାଦ୍‌ ତାରକା ଖେଳାଳି ଗତ ସଂସ୍କରଣର ଉପବିଜେତା ଯୋଡ଼ି ଈଗା ସ୍ବିତେକ-କାସ୍‌ପର ରୁଡ୍‌, ଏଲିନା ରିବାକିନା ଓ ଟେଲର ପ୍ରିଜ୍‌, ନାଓମି ଓସାକା ଓ କେଇ ନିଶିକୋରି ଏବଂ ଜେସିକା ପେଗୁଲା ଓ ଜ୍ୟାକ୍‌ ଡ୍ରାପର ଏଥିରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ।

ତେବେ ବିଜେତା ସାରା ଇରାନୀ ଓ ଆନ୍ଦ୍ରିଆ ଭଭାସୋରିଙ୍କ ଏକକ ମାନ୍ୟତା କମ୍‌ ଥିବାରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଏମାନଙ୍କୁ ୱାଇଲ୍ଡ କାର୍ଡର ଆବଶ୍ୟକତା ପଡ଼ିବ।

ଏହି ପ୍ରତିଯୋଗିତାର ମୁଖ୍ୟ ଡ୍ର ଅଗଷ୍ଟ ୨୫ ଓ ୨୬ ତାରିଖରେ ନ୍ୟୁୟର୍କ ସିଟିର ଏଥର ଏସ୍‌ ଷ୍ଟାଡିୟମ୍‌ ଓ ଲୁଇସ ଆମଷ୍ଟ୍ରଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

୬ଟି ଶ୍ରେଷ୍ଠ ମିଳିତ ଏକକ ମାନ୍ୟତା ଯୋଡ଼ି ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

୮ଟି ଦଳ ୱାଇଲ୍ଡ କାର୍ଡ ଦ୍ବାରା ପ୍ରତିଯୋଗିତାରେ ଖେଳିବାକୁ ମନୋନୀତ ହେବେ।

ସେହିଭଳି ଅନ୍ୟ ଦୁଇ ଦଳ ଅଗଷ୍ଟ ୨୪ ତାରିଖରେ ଯୋଗ୍ୟତା ପର୍ଯ୍ୟାୟ ଖେଳି ଆସବେ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।