22 JULY 2026

Welcome!

Unlock your personalized experience.
Sign Up

Westbengal: ଋତବ୍ରତ ବାନାର୍ଜୀ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ନିଯୁକ୍ତ

Jun 03, 2026 - 21:05
Westbengal: ଋତବ୍ରତ ବାନାର୍ଜୀ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ନିଯୁକ୍ତ

କୋଲକାତା: ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ଆଜି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥିନ୍ଦ୍ରନାଥ ବୋଷ୍‌ ବି‌ରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଏପରିକି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷର ଚାବି ମଧ୍ୟ ବାଚସ୍ପତି ତାଙ୍କୁ ହସ୍ତାନ୍ତର କରିଛନ୍ତି। ଋତବ୍ରତଙ୍କୁ ୫୮ ବିଧାୟକ ସମର୍ଥନ କରୁଥିବା ନେଇ ଏକ ଚିଠି ପାଇବାପରେ ବାଚସ୍ପତି ତାଙ୍କୁୁ ବିରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଋତବ୍ରତଙ୍କ ଗୋଷ୍ଠୀର ଅନ୍ୟ ୨ ବିଧାୟକ ଏବେ ରାଜ୍ୟ ବାହାରେ ଅଛନ୍ତି। ଆଜି ଜାଭେଦ ଖାନ, ସନ୍ଦୀପନ ଶାହ, ସବିନା ୟାସମିନ, ଶିଉଳି ଶାହଙ୍କୁ ଟିଏମ୍‌ସି ବିଧାୟକ ଦଳର ଉପନେତା ନିଯୁକ୍ତ କରାଯାଇଛି।

 ବିରୋଧୀ ଦଳ ନେତା ନିଯୁକ୍ତ ହେବାପରେ ଋତବ୍ରତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦଳ ଏବେ ବି ଟିଏମ୍‌ସି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହାର ନେତା ବିବେଚନା କରୁଛି। ଆମକୁ ଉପଦେଶ ଦେବା ଜାରି ରଖିବାପାଇଁ ମମତାଙ୍କୁ ଅନୁରୋଧ କରିବି ବୋଲି ଋତବ୍ରତ କହିଛନ୍ତି। ଋତବ୍ରତ ସ୍ପଷ୍ଟ କରିଛନ୍ତି ‌ଯେ ବିଦ୍ରୋହୀ ବିଧାୟକମାନେ ମମତାଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିବେନାହିଁ। ନୂଆ ବିରୋଧୀ ଦଳ ନେତା ମଧ୍ୟ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ: AbhisekBanarjee: ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ ବଢ଼ିଲା, ଶିକ୍ଷକ ନିଯୁକ୍ତି ମାମଲାରେ ଘରେ ପହଞ୍ଚିଲେ ଇଡି ଟିମ୍‌

ଅଷ୍ଟାଦଶ ପଶ୍ଚିମବଙ୍ଗ ବିଧାନସଭା ଗଠନରେ ଅଭିଷେକ ବାନାର୍ଜୀ ଜଡ଼ିତ ନୁହନ୍ତି ବୋଲି ସେ କହିଛନ୍ତି। ଆଜି ଦିନରେ ୫୮ ଜଣ ଟିଏମ୍‌ସି ବିଧାୟକ ଋତବ୍ରତଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିବାପାଇଁ ବାଚସ୍ପତି ରଥିନ୍ଦ୍ରନାଥ ବୋଷଙ୍କ ନିକଟରେ ଏକ ପ୍ରସ୍ତାବ ଦାଖଲ କରିଥିଲେ। ବିଦ୍ରୋହୀ ବିଧାୟକମାନେ ଦାବି କରିଥିଲେ ଯେ ଏହି ଗୋଷ୍ଠୀକୁ ଟିଏମ୍‌ସିର ‘ବାସ୍ତବ’ ବ୍ୟବସ୍ଥାପିକା ଶାଖା ବିବେଚନା କରାଯିବା ଉଚିତ। ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ଋତବ୍ରତଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ଦଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।