West Bengal: ହାତୀଙ୍କ ଯିବାଆସିବା ବାଟରେ ବାଧା ଦେଇପାରିବେ ନାହିଁ ରାଜ୍ୟ ସରକାର
"ନୂଆଦିଲ୍ଲୀ: ହାତୀ କରିଡର ସମ୍ପର୍କରେ ସୁପ୍ରିମକୋର୍ଟରାଜ୍ୟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
କୋର୍ଟ କହିଛନ୍ତି ଯେ, ହାତୀ ଫସଲ କ୍ଷତି କରୁଥିବାର ବାହାନା ଦେଖାଇ ସେମାନଙ୍କ ଯିବା ଆସିବା ବାଟରେ ବାଧା ସୃଷ୍ଟି କରାଯାଇପାରିବ ନାହିଁ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ବନ୍ୟପ୍ରାଣୀଙ୍କ ପାଇଁ କୌଣସି ବାଧା ସୃଷ୍ଟି ହେବା ଉଚିତ୍ ନୁହେଁ।
ହାତୀ ପଲ ବହୁତ ଦୂର ଯାତ୍ରା କରନ୍ତି, ଏବଂ ଏହା ସେମାନଙ୍କର ସ୍ୱାଭାବିକ ଅଭ୍ୟାସ।
ହାତୀ ଫସଲ ନଷ୍ଟ କରୁଥିବା କାରଣରୁ କୌଣସି ରାଜ୍ୟ ସରକାର ସେମାନଙ୍କ ପଥ ଅବରୋଧ କରିବାକୁ ଅନୁମତି ଦେଇପାରିବେ ନାହିଁ।Advertisment ଶିଶୁଙ୍କ ମସ୍ତିଷ୍କ ରୋଗ ନିରାକରଣକୁ ନେଇ ନୂଆ ଆଶା: ୩ ବର୍ଷର ଗବେଷଣାରେ ମିଳିଲା ଆଶାଜନକ ଫଳ ସୁପ୍ରିମକୋର୍ଟ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଦେଶର ବିଭିନ୍ନ ରାଜ୍ୟରେ ହାତୀ କରିଡରର ନୂତନ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରଣାଳୟକୁ ଏହି ରାସ୍ତାଗୁଡ଼ିକରେ ଯେକୌଣସି ପ୍ରତିବନ୍ଧକ ଏବଂ ହାତୀଙ୍କ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ରିପୋର୍ଟ କରିବାକୁ ପଡିବ।
କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ପରିବେଶ ମନ୍ତ୍ରଣାଳୟ ପୂର୍ବରୁ ହାତୀଙ୍କ ନିରାପଦ ଏବଂ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିସାରିଛନ୍ତି।
ମାତ୍ର ସ୍ଥାନୀୟ କାରଣଗୁଡ଼ିକ ଯୋଗୁଁ ଅନେକ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।
ହାତୀ ଘଉଡ଼ାଇବା ପାଇଁ କେଉଁଠାରେ ଏବଂ କିପରି ଗୁଳିଚାଳନା କିମ୍ବା ଅନ୍ୟାନ୍ୟ କଠୋର ପଦ୍ଧତି ବ୍ୟବହାର କରାଯାଉଛି ତାହାର ସୂଚନା ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ମନ୍ତ୍ରଣାଳୟକୁ କହିଛନ୍ତି।
ଶୁଣାଣି ସମୟରେ, ଆଇନଜୀବୀ କହିଥିଲେ ବେଳେବେଳେ ଲୋକଙ୍କ ଭିଡ଼ ଦ୍ବାରା ହାତୀମାନଙ୍କୁ ଘଉଡ଼ା ଯାଇଥାଏ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଥାଏ।
ଆଇନଜୀବୀ ଯୁକ୍ତି ଦେଇଥିଲେ ଯେ ହାତୀମାନଙ୍କ ସ୍ୱାଭାବିକ ଗତିବିଧି ସମୟରେ ଗୁଳିଚାଳନା ଭଳି ପଦ୍ଧତି ବ୍ୟବହାରକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ।
ହାତୀ ଘଉଡ଼ାଇବା ପାଇଁ ବାଜା ବଜାଇ ନିଆଁ ହୁଳା ଧରି ଲୋକଙ୍କ ଭିଡ଼ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଥିବା ମଧ୍ୟ ସେ କହିଥିଲେ।
ସିଜେଆଇ କହିଛନ୍ତି ଯେ, ଏନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଉଚିତ୍ ଏବଂ ପଦକ୍ଷେପଗୁଡ଼ିକ ବିଷୟରେ କୋର୍ଟକୁ ଅବଗତ କରାଯିବା ଉଚିତ୍।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
