Weather: ବଦଳିବ ପାଗ, ୨୩ ନଭେମ୍ବରରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ଷା ଓ ପବନ
ନୂଆଦିଲ୍ଲୀ: ଦେଶର ପାଣିପାଗରେ ସୋମବାର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ତଥ୍ୟ ଅନୁଯାୟୀ, ସୋମବାର ଦେଶର ମୋଟ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।
ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କେରଳ ଓ କର୍ଣ୍ଣାଟକ ବ୍ୟତୀତ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ସିକ୍କିମ ଓ ଉତ୍ତର -ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।
ପୁଡ଼ୁଚେରୀ, ଲକ୍ଷଦ୍ବୀପ ଓ ଆଣ୍ଡାମାନ-ନିକୋବରରେ ମଧ୍ୟ ବର୍ଷା ହୋଇପାରେ।
ତାମିଲନାଡୁ, ପୁଡୁଚେରୀ ଓ କରାଇକଲର କେତେକ ସ୍ଥାନରେ ୨୩ ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
୨୪ ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ କେରଳ ଓ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତାମିଲନାଡୁ, ପୁଡୁଚେରୀ ଓ କରାଇକଲରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହେବାର ସମ୍ଭାବନା ଅଛି।
ଝଟ୍କା ପବନ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
Advertisment ଆନ୍ଧ୍ର ଉପକୂଳ, ଯାନମ୍ ଓ ରାୟଲସୀମାରେ ୨୩ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି।
ଏହି ସବୁ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ।
କେରଳ ଓ ମାହେରେ ୨୪ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ନଭେମ୍ବର ୨୪ ଓ ୨୫ ତାରିଖରେ ଝଡ଼ବର୍ଷା ହେବାର ସମ୍ଭାବନା ଅଛି।
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ବର୍ଷା ଓ ପ୍ରବଳ ପବନ ହୋଇପାରେ।
ଉତ୍ତର ପ୍ରଦେଶରେ ୨୩ ନଭେମ୍ବରରେ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି।
ନଭେମ୍ବର ୨୩ ତାରିଖରେ ବିହାରରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।
ସୋମବାର ଦିଲ୍ଲୀର ପାଗ ମୁଖ୍ୟତଃ ସଫା ରହିବ ବୋଲି ଆଶା କରାଯାଉଛି।
ତଥାପି କିଛି ଅଞ୍ଚଳରେ ସକାଳେ ହାଲୁକା କୁହୁଡ଼ି ହୋଇପାରେ।
୨୩ ନଭେମ୍ବରରେ ରାଜସ୍ଥାନରେ ପାଗରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ହିମାଚଳ ପ୍ରଦେଶ ଓ ଜମ୍ମୁ -କାଶ୍ମୀରରେ ବର୍ଷା କିମ୍ବା ତୁଷାରପାତ ନେଇ ଆଇଏମ୍ଡି କୌଣସି ଚେତାବନୀ ଜାରି କରିନାହିଁ।
ଆସନ୍ତା ୨୦୩୫ ସୁଦ୍ଧା ଭାରତରେ ୨୦ କୋଟି ଏୟାର କଣ୍ଡିସନର ଲାଗିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
