Weather: ପାଣିପାଗ ବିଭାଗର ସୂଚନା; ୭ଦିନ ଯାଏ ଜାରି ରହିବ ବର୍ଷା
"ଭୁବନେଶ୍ବର: ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।
ଏହା ଦ୍ବାରା ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ବଢ଼ିଛି।
ଅର୍ଥାତ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଭଳି ଆକଳନ କରାଯାଇଛି।Advertisment ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ୭ ଦିନ ଧରି ବର୍ଷା ଲାଗି ରହିବ।
ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି।
ସମୁଦ୍ର ପତନ ଠାରୁ ୪.୫ ରୁ ୪.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି।
ପ୍ରଭାବରେ ଆଗାମୀ ୭ ଦିନ ଯାଏ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ୧୩ରୁ ପ୍ରବଳ ଵର୍ଷା ସମ୍ଭାବନା ରହିଛି।
ଏହାସହ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି।
ଆସନ୍ତା ୭ ଦିନ ଯାଏ କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ।
୧୬ ତାରିଖ ଯାଏ ରାଜ୍ୟରେ କିଛି ଅଂଚଳରେ ବର୍ଷା ସହ ପ୍ରବଳ ବର୍ଷା ପାଇଁ ମଧ୍ୟ ଚେତାବନୀ ଦେଇଛି ପାଣିପାଗ ବିଭାଗ।
ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ହଳଦିଆ ଚେତାବନୀ ଦେଇଛି ପାଣିପାଗ ବିଭାଗ।
The first raindrop: କନ୍ଦାଇଲା ପ୍ରଥମ ଲଗାଣ ବର୍ଷା: ଧସିଗଲା ଦୟା ୱେଷ୍ଟ କେନାଲ୍ ରାସ୍ତା ରାଜ୍ୟର ୧୩ଟି ସ୍ଥାନରେ ବର୍ଷା ରେକର୍ଡ ବର୍ଷା ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆରେ ୭୧ ମିମି ରେକର୍ଡ ହୋଇଛି।
ଜୁନ ୧ରୁ ଏଯାବତ ରାଜ୍ୟରେ ୩୪୧ ମିମି ବର୍ଷା ରେକର୍ଡ ହୋଇଛି।
ସ୍ୱାଭାବିକ ବର୍ଷାର ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।
ମୌସୁମୀରେ ଏଯାବତ ୬ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି।
୫ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।
୪ଟି ଜିଲ୍ଲାରେ ନିଅଁଟିଏ ବର୍ଷା ରେକର୍ଡ ହୋଇଛି।
ଏବେ ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ ଏବଂ ସସମ୍ବଲପୁରରେ ଏଯାବତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।