Fire: ସ୍ପେନର ଆଣ୍ଡାଲୁସିଆରେ ଭୟଙ୍କର ବନାଗ୍ନି: ୧୨ ମୃତ

Jul 10, 2026 - 20:22
Fire: ସ୍ପେନର ଆଣ୍ଡାଲୁସିଆରେ ଭୟଙ୍କର ବନାଗ୍ନି: ୧୨ ମୃତ

"ମାଦ୍ରିଦ: ସ୍ପେନର ଦକ୍ଷିଣ ଆଣ୍ଡାଲୁସିଆ ଅଞ୍ଚଳରେ ଭୟଙ୍କର ଜଙ୍ଗଲ ନିଆଁ ଯୋଗୁ ଅତିକମ୍‌ରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଶୁଷ୍କ ପାଗ ଯୋଗୁ ନିଆଁ ଦ୍ରୁତଗତିରେ ବ୍ୟାପିବାରୁ ଉଦ୍ଧାର ଓ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଦଳଙ୍କୁ ଭାରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅଧିକାରୀମାନଙ୍କ କହିବା ଅନୁସାରେ ଅଗ୍ନିକାଣ୍ଡରେ ବିଶାଳ ଜଙ୍ଗଲ ଅଞ୍ଚଳ ପୋଡ଼ିଯାଇଥିବା ବେଳେ ଅନେକ ଘର ଓ କୃଷିଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।Advertisment ଆଣ୍ଡାଲୁସିଆର ଅନେକ ପାହାଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ନିଆଁ ଅତ୍ୟନ୍ତ ଦ୍ରୁତ ବେଗରେ ବ୍ୟାପିଥିଲା।

ତୀବ୍ର ଗରମ, କମ୍‌ ଆର୍ଦ୍ରତା ଓ ପ୍ରବଳ ପବନ ଯୋଗୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

ନିଆଁର ଭୟାବହତା ଦେଖି ଅନେକ ଗାଁ ଓ ବସତି ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

କେତେକ ସ୍ଥାନରେ ସଡ଼କ ବନ୍ଦ କରାଯାଇଥିବା ବେଳେ ବିଦ୍ୟୁତ୍‌ ଓ ଯୋଗାଯୋଗ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସ୍ପେନ ସରକାର ଓ ଆଣ୍ଡାଲୁସିଆର ସ୍ଥାନୀୟ ପ୍ରଶାସନ ଅଗ୍ନିଶମ ବାହିନୀ, ସେନା, ବିପର୍ଯ୍ୟୟ ମୁକାବିଲା ଦଳ ଓ ବିମାନ ମାଧ୍ୟମରେ ନିଆଁର ନିୟନ୍ତ୍ରଣ ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି।

ହେଲିକପ୍ଟର ଓ ଅଗ୍ନି ନିର୍ବାପକ ବିମାନ ଦ୍ୱାରା ଲଗାତାର ପାଣି ପକାଯାଉଛି।

ତଥାପି ପାଗ ଅନୁକୂଳ ନ ଥିବାରୁ ଅନେକ ସ୍ଥାନରେ ନିଆଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ।

Forest Fire: ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ମୁଖ୍ୟମନ୍ତ୍ରୀ ପ୍ରଶାସନ କହିଛି, ମୃତକଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ସହ କେତେଜଣ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି ମଧ୍ୟ ଅଛନ୍ତି।

ଅନେକ ଲୋକ ଶ୍ୱାସକ୍ରିୟାଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ନିଆଁରେ କେତେ ଜଙ୍ଗଲ ନଷ୍ଟ ହୋଇଛି, ତାହାର ସଠିକ୍ ଆକଳନ ଏପର୍ଯ୍ୟନ୍ତ ହୋଇନଥିଲେ ମଧ୍ୟ ପରିବେଶର ବ୍ୟାପକ କ୍ଷତି ଘଟିଥିବା କୁହାଯାଉଛି।

ୟୁରୋପର ବିଭିନ୍ନ ଦେଶରେ ଏବେ ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ସ୍ପେନର ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍‌ରୁ ଅଧିକ ରେକର୍ଡ କରାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସାଧାରଣ ଲୋକଙ୍କୁ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛି।

ସେହିପରି ପାଗରେ ସୁଧାର ନ ଆସିଲେ ଆଗାମୀ ଦିନରେ ନିଆଁ ଆହୁରି ବ୍ୟାପିବାର ଆଶଙ୍କା ରହିଥିବାରୁ ସରକାର ସତର୍କତା ବଢ଼ାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।