Odisha ITEP 2026 ପ୍ରକାଶ ପାଇଲା ଇଣ୍ଟିଗ୍ରେଟେଡ଼ ଟିଇପି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା
"ବି.ଏସସି.
ବି.
ଏଡ଼, ବି.ଏ.
ବି.
ଏଡ଼ ପାଠ୍ୟକ୍ରମ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଏବଂ ବି.କମ୍.
ବି.ଏଡ଼ ପାଠ୍ୟକ୍ରମ ପାଇଁ ରାଜଧାନୀ (ଡ଼ିଗ୍ରୀ) କଲେଜର କଟଅଫ୍ ମାର୍କ ସର୍ବାଧିକAdvertisment ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme- ITEP) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଆଜି ସାମସ୍ ପୋର୍ଟାଲରେ ପ୍ରକାଶିତ ହୋଇଛି।
ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟର (National Common Entrance Test- NCET) ମାର୍କ ଆଧାରରେ ମେଧା ତାଲିକା ପ୍ରକାଶିତ ହୋଇଛି।
ITEP Admission ସମନ୍ବିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶିତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ସର୍ବମୋଟ୍ ୧୫୦୦ଟି ସିଟ୍ ରହିଛି।
ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମ ପାଇଁ ୧୦,୬୪୭ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୧୪୬୩ ଜଣ ଛାତ୍ରଛାତ୍ରୀ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଛନ୍ତି।
ପ୍ରଥମ ମେଧା ତାଲିକାରେ ୫୬୨ ଜଣ ଛାତ୍ର ଏବଂ ୯୦୧ଜଣ ଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଛନ୍ତି।
ବି.ଏସସି.
ବି.
ଏଡ଼ ଏବଂ ବି.ଏ.
ବି.
ଏଡ଼ ପାଠ୍ୟକ୍ରମ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କଟଅଫ୍ ମାର୍କ ସର୍ବାଧିକ ରହିଛି।
ବି.କମ୍.
ବି.
ଏଡ଼ ପାଠ୍ୟକ୍ରମ ପାଇଁ ରାଜଧାନୀ (ଡ଼ିଗ୍ରୀ) କଲେଜର କଟଅଫ୍ ମାର୍କ ସର୍ବାଧିକ ରହିଛି।
ବି.ଏସସି.
ବି.ଏଡ଼ ପାଇଁ ୫୫୦ ଜଣ, ବି.ଏ.
ବି.
ଏଡ଼ ପାଇଁ ୮୦୦ଜଣ ଏବଂ ବି.କମ୍.
ବି.
ଏଡ଼ ପାଠ୍ୟକ୍ରମ ପାଇଁ ୧୧୩ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।
ଏଣିକି ଯୁକ୍ତ୨ ପରେ ବିଏଡ୍: ୮ଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ସହ କଲେଜର ଏମ୍ଓୟୁ ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ଜୁଲାଇ ଦିବା ୧୧ ଘଟିକାରୁ ୧୫ ଜୁଲାଇ ଅପରାହ୍ନ ୪ ଘଟିକା ମଧ୍ୟରେ ସାମସ୍ ପୋର୍ଟାଲରେ ଫ୍ରିଜ୍/ସ୍ଲାଇଡ଼ ବିକଳ୍ପ ବାଛିପାରିବେ।
ଫ୍ରିଜ୍ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନିଜର ନିର୍ଦ୍ଧାରିତ ଆଡ଼ମିଶନ ଶୁଳ୍କ ପ୍ରଦାନ କରି ଇଣ୍ଟିମେସନ ଲେଟର ଡାଉନଲୋଡ୍ କରିବେ ଏବଂ ୧୩ ଜୁଲାଇ ଦିବା ୧୨ ଘଟିକାରୁ ୧୫ ଜୁଲାଇ ସନ୍ଧ୍ୟା ୫ ଘଟିକା ମଧ୍ୟରେ ଉକ୍ତ ଶିକ୍ଷାନୁଷ୍ଠାନକୁ ଯାଇ ନିଜର ଆଡ଼ମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ।
ସ୍ଲାଇଡ଼ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନିଜର ସିଟ୍ ପାଇଁ ନିର୍ଦ୍ଧାରିତ ଆଡ଼ମିଶନ ଶୁଳ୍କ ପ୍ରଦାନ କରି ଦ୍ୱିତୀୟ ମେଧା ତାଲିକା ପାଇଁ ଅପେକ୍ଷା କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।