Heroin Racket କୁଜଙ୍ଗରେ ନିଶାବେପାରୀ ଗିରଫ; ୩୨ ଗ୍ରାମ୍ ହେରୋଇନ୍ ଜବତ
"କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳରେ ପାରାଦୀପ ଅବକାରୀ ଟିମ୍ ଚଢ଼ାଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି।
ଯାଞ୍ଚ ପରେ ତାଙ୍କ ପାଖରୁ ୩୨ ଗ୍ରାମର ହେରୋଇନ୍ ଜବତ କରାଯାଇଛି।
Advertisment 20 grams of heroin seized: ୨୦ ଗ୍ରାମ୍ ହେରୋଇନ୍ ଜବତ, ଜଣେ ଗିରଫ: ଝାରସୁଗୁଡ଼ାରୁ ବିକ୍ରି କରିବାକୁ ଆସି ବନ୍ଧାହେଲା ସୂଚନାଯୋଗ୍ଯ ଯେ ପଙ୍କପାଳ ଗ୍ରାମର ସତ୍ୟବ୍ରତ ଦାସ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ କାରବାର କରୁଥିଲେ।
ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ସେ ଆଜି (ଶୁକ୍ରବାର) ହେରୋଇନ୍ ନେଇ ଯାଉଥିଲେ।
ପାରାଦୀପ ଅବକାରୀ ଥାନାର ଉପ ନିରିକ୍ଷକ ଧର୍ମପଦ ଦାସଙ୍କ ନେତୃତ୍ବରର ଏକ ଟିମ୍ ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ।
ହେରୋଇନ୍ ଗ୍ରହଣ କରିବା ବେଳେ ଅଭିଯୁକ୍ତଙ୍କୁ ରଙ୍ଗେହାତ ଧରିଥିଲେ।
ଗିରଫ ଅଭିଯୁକ୍ତ ଜଣକ ହେଲେ ପଙ୍କପାଳ ଗ୍ରାମର ଚିତ୍ତରଞ୍ଜନ ଦାସଙ୍କ ପୁଅ ସତ୍ୟବ୍ରତ ଦାସ।
ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୩,୨୦,୦୦୦ ଟଙ୍କା ହେବ।
ଗୁଜରାଟ ବନ୍ଦରରୁ ୪୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଭିଜା ସୂତା ଜବତ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିଲା।
ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି।
ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ଥିବାର ସନ୍ଦେହ ରେ ଅବକରୀ ବିଭାଗ ତରଫରୁ ଖୋଳତାଡ ଆରମ୍ଭ କରାଯାଉଛି ବୋଲି ଜଗତସିଂହପୁର ଅବକାରୀ ଅଧୀକ୍ଷିକା ଅନିତା ପ୍ରଧାନ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।