Weather updates: ଏଣିକି ହାତପାହାନ୍ତାରେ ପାଣିପାଗ ଖବର: ଲୋକାର୍ପିତ ହେଲା ‘କ୍ଲାଇମେଟ୍ ଡିଜିଟାଲ୍ ଟ୍ୱିନ୍‌’ ପ୍ଲାଟଫର୍ମ

Oct 24, 2026 - 09:15
Weather updates: ଏଣିକି ହାତପାହାନ୍ତାରେ ପାଣିପାଗ ଖବର: ଲୋକାର୍ପିତ ହେଲା ‘କ୍ଲାଇମେଟ୍ ଡିଜିଟାଲ୍ ଟ୍ୱିନ୍‌’ ପ୍ଲାଟଫର୍ମ

ଭୁବନେଶ୍ୱର: ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ଅବସରରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ବିଏମ୍‌ସି ଦ୍ବାରା ବିକଶିତ ଭାରତର ପ୍ରଥମ 'ଭୁବନେଶ୍ୱର କ୍ଲାଇମେଟ୍ ଡିଜିଟାଲ୍ ଟ୍ୱିନ୍‌' ପ୍ଲାଟଫର୍ମକୁ ଉନ୍ମୋଚିତ କରିଛନ୍ତି।

ଯଦ୍ଦ୍ବାରା ଲୋକେ ନିଜ ଅଞ୍ଚଳର ପାଣିପାଗ, ପ୍ରଦୂଷଣ, ଜଳବନ୍ଦୀ ଆଦି ସମସ୍ୟା ସଂପର୍କରେ ଟିକିନିଖି ବିବରଣୀ ପାଇପାରିବେ।

ନିଜ ଅଞ୍ଚଳର ରାସ୍ତା ଅଧିକ ଗରମ ନା ପଡ଼ୋଶୀ ଅଞ୍ଚଳର, କେଉଁଠି ଜଳବନ୍ଦୀର ଆଶଙ୍କା ଅଧିକ ଓ କେଉଁ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ, ଏସବୁ ପ୍ରଶ୍ନର ଉତ୍ତର ପାଇପାରିବେ।

Advertisment Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ଲୋକାର୍ପିତ ହେଲା 'କ୍ଲାଇମେଟ୍ ଡିଜିଟାଲ୍ ଟ୍ୱିନ୍‌' ପ୍ଲାଟଫର୍ମ ଯୋଡି ହୋଇଛି ୨.୭୭ଲକ୍ଷ କୋଠାର ଡିଜିଟାଲ୍ ମାନଚିତ୍ର ଏହି ପ୍ଲାଟଫର୍ମ ସହରର ଇଣ୍ଟିଗ୍ରେଟେଡ୍ କମାଣ୍ଡ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍ ସେଣ୍ଟର ସହ ସଂଯୁକ୍ତ ରହିବ।

ଏଥିରେ ଭୁବନେଶ୍ବର ସହରର ପ୍ରାୟ ୨.୭୭ଲକ୍ଷ କୋଠା, ୨ହଜାର କିଲୋମିଟରରୁ ଅଧିକ ରାସ୍ତା, ପ୍ରାୟ ୧୬୭ ବର୍ଗ କିଲୋମିଟର ଅଞ୍ଚଳର ୬୭ଟି ୱାର୍ଡ ଓ ୨୧ଶହରୁ ଅଧିକ ସାର୍ବଜନୀନ ସୁବିଧା ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି।

ଉପଗ୍ରହ ଚିତ୍ର, ପାଣିପାଗ ସୂଚନା, ବାୟୁ ଗୁଣବତ୍ତା ତଥ୍ୟ ଓ କମ୍ପ୍ୟୁଟର ମଡେଲ୍‌ର ବିଶ୍ଳେଷଣ ଆଧାରରେ ନାଗରିକମାନେ ନିର୍ଦ୍ଦିଷ୍ଟ କୋଠା କିମ୍ବା ଅଞ୍ଚଳର ଉତ୍ତାପ, ଜଳବନ୍ଦୀ ଓ ବାୟୁ ପ୍ରଦୂଷଣଜନିତ ବିପଦ ଏଥିରୁ ଜାଣିପାରିବେ।

'ଡବ୍ଳୁଡବ୍ଲୁଡବ୍ଲୁ ଡଟ୍‌ କ୍ଲା‌ଇମେଟ୍‌ ଡଟ୍‌ ବିଏମ୍‌ସି ଡଟ୍‌ ଗଭ୍‌ ଡଟ୍‌ ଇନ୍‌'ରେ ଲଗ୍‌ଇନ୍‌ କରି ରାଜଧାନୀବାସୀ ଏହି ମାଗଣା ସୁବିଧା ପାଇପାରିବେ।

ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟରରେ ଏହାକୁ ବ୍ୟବହାର କରାଯାଇପାରିବ।

ଏଥିରେ ନାଗରିକମାନେ ନିଜ ଘର, ବିଦ୍ୟାଳୟ, ବଜାର କିମ୍ବା ଅନ୍ୟ ଅଞ୍ଚଳ ଖୋଜି ଜଳବାୟୁ ବିପଦ ଓ ପୂର୍ବ ଋତୁଗୁଡ଼ିକର ତଥ୍ୟ ଦେଖିପାରିବେ।

ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଉପଗ୍ରହ ଚିତ୍ର ଓ ବିଏମ୍‌ସିର ୧୦ଟି ସ୍ଥାନୀୟ ସେନ୍ସର୍‌ର ତଥ୍ୟ ଏହି ପ୍ଲାଟଫର୍ମରେ ବ୍ୟବହାର କରାଯାଉଛି।

ଲିଙ୍ଗରାଜ ମନ୍ଦିର, କିଟ୍ ଛକ, ମାଷ୍ଟର କ୍ୟାଣ୍ଟିନ୍ ଓ ଇନ୍‌ଫୋସିଟି ଭଳି ସ୍ଥାନରେ ଏହି ସେନ୍ସର୍‌ଗୁଡ଼ିକ ସ୍ଥାପିତ ହୋଇଛି।

ଏଆଇ ସହାୟତାରେ ସାଧାରଣ ଭାଷାରେ ଲୋକେ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ।

Horoscope 2026 October 24: ଜାଣନ୍ତୁ ଆଜିର ରାଶିଫଳ ...

କର୍ତ୍ତୃପକ୍ଷ କହିଛନ୍ତି, ଏହି ପ୍ଲାଟ୍‌ଫର୍ମରେ ଗତକାଲି ରାତି ପ୍ରାୟ ୧୦ଟାରେ ପରୀକ୍ଷାମୂଳକ ଭାବେ ମାଷ୍ଟରକ୍ୟାଣ୍ଟିନ୍‌ ଓ କଳିଙ୍ଗ ହସ୍ପିଟାଲ୍‌ ନିକଟରେ ବାୟୁ ପ୍ରଦୂଷଣ ରେକର୍ଡ କରାଯାଇଥିଲା।

ଯେଉଁଥିରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଏକ୍ୟୁଆଇ ୯୬ ଓ କଳିଙ୍ଗ ହସ୍ପିଟାଲ ନିକଟରେ ୨୫୫ ରେକର୍ଡ କରାଯାଇଥିଲା।

ସେହିଭଳି ୨୦୧୬ରୁ ୨୦୨୫ ମଧ୍ୟରେ ଲିଙ୍ଗରାଜ ବିହାର, ଅନନ୍ତ ବିହାର, ବଡ଼ଗଡ଼ ବ୍ରିଟ୍ କଲୋନି, ପାଇକ ନଗର, କୋଳଥିଆ ଆଦି ଅଞ୍ଚଳରେ ବାରମ୍ବାର ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ଏଥିରୁ ଜଣାପଡ଼ିଛି।

ଉପଗ୍ରହ ବିଶ୍ଳେଷଣରେ ୧,୫୮୭ଟି କୋଠା ଚିହ୍ନଟ ହୋଇଛି, ଯାହାର ଆଖପାଖରେ ୧୦ବର୍ଷ ମଧ୍ୟରେ ୧୦ରୁ ଅଧିକ ଥର ଜଳବନ୍ଦୀ ହୋଇଥିବା ଜଣାପଡ଼ିଛି।

ଗତ ଶୀତରେ ଶ୍ରୀରାମ ନଗର, ସାମନ୍ତରାପୁର, କପିଳେଶ୍ୱର, ବଶିଷ୍ଠ ନଗର ଓ ବ୍ରହ୍ମେଶ୍ୱର ପାଟଣାରେ ଏକ୍ୟୁଆଇ ପ୍ରାୟ ୨୩୦ ରହିଥିଲା।

ପୂର୍ବବର୍ଷ ତୁଳନାରେ ୫୬ ପଏଣ୍ଟ ବୃଦ୍ଧି ପାଇ ଏକ୍ୟୁଆଇ ୧୯୫ରେ ପହଞ୍ଚିଥିବା‌, ପ୍ରାୟ ୩୪୫ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖରାପ ବାୟୁ ଗୁଣବତ୍ତା ଥିବା ଅଞ୍ଚଳରେ ଅବସ୍ଥିତ ଥିବା ଜଣାପଡ଼ିଥିଲା।

ଏହି ପ୍ଲାଟଫର୍ମର ଆକଳନ ଅନୁଯାୟୀ, ପ୍ରାୟ ୫୬,୫୦୦ଟି କୋଠା ଉଚ୍ଚ କିମ୍ବା ଏକାଧିକ ଜଳବାୟୁ ବିପଦପୂର୍ଣ୍ଣ ଅଞ୍ଚଳରେ ରହିଛି।

ସେହିପରି ୨୨୭ଟି ବିଦ୍ୟାଳୟ ଏପରି ଅଞ୍ଚଳରେ ଅଛି, ଯେଉଁଠାରେ ଉତ୍ତାପ, ଜଳବନ୍ଦୀ ଓ ବାୟୁ ପ୍ରଦୂଷଣର ମିଳିତ ବିପଦ ରହିଥିବା ଜଣାପଡ଼ିଛି।

ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.

କୃଷ୍ଣଚନ୍ଦ୍ର ମହାପାତ୍ର, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)