Trump Warning: ‘ଆଉ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’: ଇରାନକୁ ଧମକ ଦେଲେ ଟ୍ରମ୍ପ

Oct 24, 2026 - 09:47
Trump Warning: ‘ଆଉ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’: ଇରାନକୁ ଧମକ ଦେଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ନୂତନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଇଙ୍ଗିତ ଦେଇଛନ୍ତି।

ସେ କହିଛନ୍ତି ଯେ, ଯଦି ତେହେରାନ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ ତେବେ ୱାସିଂଟନ ଆଉ ଏକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରେ।

ଚଳିତ ସପ୍ତାହାନ୍ତରେ ଇରାନ ଉପରେ ଆଉ ଏକ ବଡ଼ ଧରଣର ଆକ୍ରମଣ ହୋଇପାରେ ବୋଲି ଜଣେ ଆମେରିକୀୟ ରାଷ୍ଟ୍ରଦୂତ କହିବାର କିଛି ଘଣ୍ଟା ପରେ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଆସିଛି।

Advertisment ଫ୍ଲୋରିଡାରେ ଏକ ରାଲିରେ ଟ୍ରମ୍ପ କହିଛନ୍ତି, ଇରାନ ବିରୋଧରେ ଆମେରିକୀୟ ସେନା ଆଉ ଏକ 'ଏପିକ୍ ଫ୍ୟୁରି' କରିପାରେ।

ଟ୍ରମ୍ପଙ୍କ ଧମକ ପରେ, ଇରାନୀ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଏବଂ ଇସ୍ରାଏଲ ପୁଣି ଆକ୍ରମଣ କରନ୍ତି, ତେବେ ଉପସାଗରୀୟ ସମୁଦ୍ର ତଳେ ବିଛା ଯାଇଥିବା ଇଣ୍ଟରନେଟ୍ କେବୁଲଗୁଡ଼ିକୁ ଇରାନ ଟାର୍ଗେଟ କରିବ।

କୌଣସି ସ୍ଥାନ ସୁରକ୍ଷିତ ରହିବ ନାହିଁ ଆକ୍ରମଣକୁ ରୋକିବା ପାଇଁ, ଇରାନ ନିଜର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିଛି।

ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ରାଜନୈତିକ ବ୍ୟାପାର ଉପମୁଖ୍ୟ ୟାଦୋଲ୍ଲାହ ଜାଭାନି କହିଛନ୍ତି ଯେ, ଯଦି ଇରାନୀ ଭିତ୍ତିଭୂମି ଉପରେ ଆକ୍ରମଣ ହୁଏ, ତେବେ ଇରାନ ହର୍ମୁଜ୍ ପ୍ରଣାଳୀ ତଳେ ସାତଟି ପ୍ରମୁଖ ଇଣ୍ଟରନେଟ୍ କେବୁଲ କାଟିଦେବ।

ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲଠାରୁ ଆରମ୍ଭ କରି ସାମରିକ ଘାଟି ପର୍ଯ୍ୟନ୍ତ, କୌଣସି ସ୍ଥାନ ସୁରକ୍ଷିତ ରହିବ ନାହିଁ।

ଇରାନର ଏହି ସମୁଦ୍ର ତଳ କେବୁଲଗୁଡ଼ିକୁ କାଟିବା ସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ ମଧ୍ୟ କରିଦେବ।

ଯୁଦ୍ଧ ସମୟରେ କେବୁଲ ମରାମତି କରିବା କଷ୍ଟ ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲଗୁଡ଼ିକ ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଇଣ୍ଟରନେଟ୍ ଟ୍ରାଫିକ୍ ବହନ କରିଥାଏ।

ଏକାଧିକ କେବୁଲ କାଟିବା ଦ୍ବାରା ଇଣ୍ଟରନେଟ୍ ଗତି ମନ୍ଥର ହେବା ସହ ଆର୍ଥିକ କାରବାର, ଅନଲାଇନ୍ ବାଣିଜ୍ୟ ଏବଂ କ୍ଲାଉଡ୍ ସେବା ପ୍ରଭାବିତ ହୋଇପାରେ ।

ଏହା ବ୍ୟତୀତ, ବୀମା ମୂଲ୍ୟ ବୃଦ୍ଧି ଏବଂ ସମୁଦ୍ରରେ ପ୍ରବେଶ ପାଇଁ ଅନୁମତି ପାଇବାରେ ବିଳମ୍ବ ଯୋଗୁଁ ଯୁଦ୍ଧ ସମୟରେ କେବୁଲଗୁଡ଼ିକୁ ମରାମତି କରିବା ମଧ୍ୟ କଷ୍ଟକର ହେବ।

Donald Trump: ନିଜ ମୁହଁରେ ନିଜର ପ୍ରଶଂସା କରି ନୋବେଲ ଶାନ୍ତି ପୁରସ୍କାର ନପାଇ ଥିବାରୁ ମନ ଦୁଃଖ କଲେ ଟ୍ରମ୍ପ ଗୋଟିଏ ପଟେ ଟ୍ରମ୍ପ ପୁଣି ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିବା ବେଳେ, ଏହା ପୂର୍ବରୁ ନିଜେ କହିଥିଲେ ଯେ, ଆମେରିକା ଯୁଦ୍ଧକୁ ବହୁତ ଶୀଘ୍ର ସମାପ୍ତ କରିବ।

ଆମେରିକାର ଯୁଦ୍ଧ ଶେଷ କରିବାର କ୍ଷମତା ଅଛି, କିନ୍ତୁ ପ୍ରଶ୍ନ ହେଉଛି ଏହାକୁ ଶେଷ କରିବା ଉଚିତ୍ କି ଧୀରେ ଧୀରେ ଶେଷ ହେବାକୁ ଦିଆଯିବ।

ସେ ଏହା ମଧ୍ୟ କହିଥିଲେ ଯେ ଆମେରିକା ଯାହା ଚାହୁଁଛି ତାହା ପାଉଛି, ଆମର ତେଲ ନିରନ୍ତର ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)