Welcome!

Unlock your personalized experience.
Sign Up

Weather: କେରଳରେ ପ୍ରବଳ ବର୍ଷା, ୨ ଜଣଙ୍କ ମୃତ୍ୟୁ

Jun 09, 2026 - 05:51
Weather: କେରଳରେ ପ୍ରବଳ ବର୍ଷା, ୨ ଜଣଙ୍କ ମୃତ୍ୟୁ

ତିରୁଅନନ୍ତପୁରମ: କେରଳରେ ଏବେ ଦକ୍ଷିଣପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିଯୋଗୁ ରାଜ୍ୟର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାଜନିତ କାରଣ ପାଇଁ ମଲପ୍ପୁରମ୍ ଓ ପଲକ୍କଡ଼ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଘର ମଧ୍ୟ ଭାଙ୍ଗିରୁଜି ଯାଇଛି। ଇତିମଧ୍ୟରେ ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) କେରଳର ୩ଟି ଉତ୍ତର ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରିଛି।

କୋଝିକୋଡ଼, କନ୍ନୁର ଓ କସରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି। ମଲପ୍ପୁରମ୍ ଓ ୱାୟନାଡ଼ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ମଲପ୍ପୁରମ୍ ଜିଲ୍ଲାର ଚଙ୍ଗରମକୁଳମରେ ଜଣେ ୧୫ ବର୍ଷୀୟ ନାବାଳକର ମାଛ ଧରୁଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ମୃତ ନାବାଳକର ନାଁ ମୁର୍ଶିଦ। ସେହିପରି ପଲକ୍କଡ଼ ଜିଲ୍ଲାର କୁଝଲମନ୍ନମରେ ଜଣେ ୩୦ ବର୍ଷୀୟ ଯୁବକଙ୍କର ବର୍ଷାଜନିତ କାରଣ ପାଇଁ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: Monsoon: ଜୁନ୍‌ ୧୦ରୁ ୧୨ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ