Weather: ଓଡ଼ିଶାର ଦାର୍ଜିଲିଂରେ ତାପମାତ୍ରା ୮.୬ ଡିଗ୍ରି ରେକର୍ଡ; ଆରମ୍ଭ ହେଲା ଜାଡ଼

Nov 27, 2026 - 16:27
Weather: ଓଡ଼ିଶାର ଦାର୍ଜିଲିଂରେ ତାପମାତ୍ରା ୮.୬ ଡିଗ୍ରି ରେକର୍ଡ; ଆରମ୍ଭ ହେଲା ଜାଡ଼

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଦାର୍ଜିଲିଂ ତଥା କନ୍ଧମାଳର ଘୁମୁସର ଉଦୟଗିରି ଅଞ୍ଚଳରେ ଚଳିତ ବର୍ଷ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି।

ଗତକାଲି ରାତିଠାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଶୀତ ଥରାଉଛି।

ସ୍ଥାନୀୟ ଅଞ୍ଚଳରେ ପାରଦ ୧୦ଡିଗ୍ରି ତଳକୁ ଖସି ୮.୬ଡିଗ୍ରିରେ ପହଞ୍ଚିଛି।

ଗତକାଲି ଏଠାରେ ତାପମାତ୍ରା ୧୫.୬ଡିଗ୍ରି ଥିଲା।

ଆଜି ଏହା ୭ଡିଗ୍ରିରେ ପହଞ୍ଚି ଥିଲା।

Advertisment ଚଳିତ ବର୍ଷର ସବୁଠାରୁ ସର୍ବନିମ୍ନ ତାପମାତ୍ରା ଆଜି ୮.୬ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଛି।

ଚଳିତ ବର୍ଷ ମେଘୁଆ ପାଗ ବର୍ଷା ବାତ୍ୟା ଯୋଗୁଁ ଥଣ୍ଡା ଏକ ପ୍ରକାର ଉଭେଇ ଯାଇଥିଲା।

କାର୍ତ୍ତିକ ମାସ ସରିଗଲା।

ହେଲେ ଶୀତ ଜମା ଅନୁଭବ ହୋଇନଥିବା ବେଳେ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଠାରୁ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି।

ହଠାତ ପାରା ନିମ୍ନଗାମୀ ହୋଇଛି।

ଥଣ୍ଡା ପଡ଼ିବା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।

Warning for 8 districts due to fog: କୁହୁଡ଼ି ପାଇଁ ୮ ଜିଲ୍ଲାକୁ ୱାର୍ଣ୍ଣିଂ ଅନ୍ୟପକ୍ଷରେ ସଞ୍ଜ ନଇଁଲେ କୁହୁଡ଼ି ଆରମ୍ଭ ହେବା ସହ ସକାଳ ୯ଟା ପର୍ଯ୍ୟନ୍ତ ଏହା ଘୋଡ଼େଇ ରହୁଛି।

କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ରହିଥିବା ଏବଂ ସୂର୍ଯ୍ୟଙ୍କ ଦର୍ଶନ ବି ୯ଟା ପରେ ମିଳୁଛି।

ପ୍ରବଳ ଘନ କୁହୁଡି ଯୋଗୁଁ ରାସ୍ତାରେ ଯାନବାହନ ଯାତାୟତରେ ବି ସମସ୍ୟା ଦେଖାଦେଉଛି।

ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପାରଦ ପୁଣି ତଳମୁହାଁ ହେବା ସହ ଥଣ୍ଡାର ପ୍ରକୋପ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ।

ବିଳମ୍ବରେ ଶୀତର ଆଗମନ ହୋଇଥିଲେ ମଧ୍ୟ ଥଣ୍ଡାର ପ୍ରକୋପ ଚଳିତ ବର୍ଷ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

କାରଣ ଚଳିତ ବର୍ଷ ଅନିୟମିତ ବର୍ଷା ପ୍ରବଳ ବର୍ଷା ସାଙ୍ଗକୁ ବାତ୍ୟା ବାରମ୍ବାର ହେବା ଯୋଗୁଁ ବିଳମ୍ବରେ ଥଣ୍ଡା ଆରମ୍ଭ ହୋଇ ପ୍ରବଳ ଶୀତର ପ୍ରକୋପ ଦେଖିବାକୁ ମିଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)