Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ

Nov 07, 2026 - 23:52
Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ( ଡିଏମ୍‌ଏଫ୍‌ ) ପକ୍ଷରୁ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ୮ଟି ୱାଟର ଏଟିଏମ୍‌ ଓ ୪ଟି ନିର୍ମଳବୁନ୍ଦା ପାନୀୟଜଳ ଯୋଗାଣ ପ୍ରକଳ୍ପରେ ଘଳିଆ ଧରିଛନ୍ତି ଜିଲ୍ଲା ନୋଡାଲ ଅଧିକାରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ କମିସନର ଡ.

ମୃଣାଳିନୀ ଦର୍ଶଓ୍ବାଲ।

ଶୁକ୍ରବାର ଗସ୍ତସୂଚୀରେ ସ୍ଥାନ ପାଇନଥିବା କାଳିଆପାଣି ପଞ୍ଚାୟତ ଅଫିସ ସମ୍ମୁଖ ଏହି ପ୍ରକଳ୍ପକୁ ଅଚାନକ ଗସ୍ତକରି ବ୍ୟାପକ ଅବହେଳା ଓ ଅନିୟମିତତା ଧରିଥିଲେ।

Advertisment ସେଠାରେ ଉପସ୍ଥିତ ଥିବା କାଳିଆପାଣି ଓ ଗୁରୁଜଙ୍ଗ ଗାଁର ମହିଳାମାନଙ୍କ ମଧ୍ୟରୁ ବଣ୍ଟଳ ଦେହୁରୀ, ବାଇଲ ପ୍ରଧାନ, କୁନ୍ତଳା ଦେହୁରୀ, ପାକିଲି ଦେହୁରୀ, ମଲ୍ଲୀ ଦେହୁରୀ, ରଇ ଦେହୁରୀ, ମସଲ ଦେହୁରୀ ପ୍ରମୁଖ ଗାଡ଼ି ଯୋଗେ ଘରକୁ ପିଇବା ପାଣି ଯୋଗାଣ ହେଉନଥିବା, ୱାଟର ଏଟିଏମ୍‌ରୁ ନିୟମିତ ପାଣି ମିଳୁନଥିବା, ବର୍ଷା ଓ କୋହଲା ପାଗରେ ପ୍ରକଳ୍ପରୁ ପାଣି ଉପଲବ୍ଧ ହେଉନଥିବା ଦର୍ଶାଇଥିଲେ।

ଲୋକଙ୍କ ଅଭିଯୋଗ ଶୁଣିବା ସଚିବ ଶ୍ରୀମତୀ ଦର୍ଶୱାଲ ବ୍ୟବସ୍ଥାର ଯାଞ୍ଚ୍ କରିବାରେ ୨ଟି ଇଭି ଗାଡ଼ି ମଧ୍ୟରୁ ମାତ୍ର ଗୋଟିଏ ଚାଲୁଥିବା ଧରା ପଡ଼ିଥିଲା।

ଅଧିକାଂଶ ସମୟରେ ଉକ୍ତ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଥିବା ସହ ପାଣି ଯୋଗାଣ ବ୍ୟବସ୍ଥା ନିରୁତ୍ସାହଜନକ ବୋଲି ସରପଞ୍ଚ ବିକାଶ କୁମାର ପାତ୍ର ମତ ରଖିଥିଲେ।

ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପରୁ ସପ୍ତାହରେ ଦିନେ ଅତିବେଶୀ‌ରେ ୨ ଦିନ ପାଣି ମିଳୁଥିବା ସରପଞ୍ଚ ଶ୍ରୀ ପାତ୍ର ଅଭିଯୋଗ କରିଥିଲେ।

ମାତ୍ର ୨ ମାସ ତଳର ବହୁକୋଟି ଟଙ୍କାର ପ୍ରକଳ୍ପରେ ଏତାଦୃଶ ଅବ୍ୟବସ୍ଥାକୁ ନେଇ ସଚିବ ଶ୍ରୀମତୀ ଦର୍ଶୱାଲ ବିରକ୍ତି ଭାବ ପ୍ରକାଶ କରିଥିଲେ।

ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ ଅମ୍ବର କୁମାର କର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ଡିଏମ୍‌ଏଫ୍‌ ଟିମ୍ ଲିଡର ସତ୍ୟ ସ୍ବରୂପ ପଣ୍ଡା, ବ୍ଲକ ପାନୀୟଜଳ ଯୋଗାଣ ଯନ୍ତ୍ରୀ ଇଂ ଦଶରଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

CAG: ସୁନ୍ଦରଗଡ଼ ଡିଏମ୍‌ଏଫ୍‌ରେ ଅନିୟମିତତା ଧରିଲେ ସିଏଜି: ଖଣି ପ୍ରଭାବିତଙ୍କ ଟଙ୍କାରେ ଜିଲ୍ଲାପାଳଙ୍କ ରିଡିଂ ରୁମ୍‌ ସୂଚନାଯୋଗ୍ୟ ଯେ, ସୁକିନ୍ଦା ଓ ଦାନଗଦୀ ବ୍ଲକର ୪ ପଞ୍ଚାୟତ ରାଁସୋଳ, କାଳିଆପାଣି, ଚାନ୍ଦିଆ ଓ ଦେଉଳକଣରେ ୫ ହଜାରୁ ଅଧିକ ପ୍ରଭାବିତ ପରିବାରକୁ ନିର୍ମଳବୁନ୍ଦା ଯୋଜନାରେ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ବ୍ୟବସ୍ଥା କରାଯାଇଛି।

ଡିଏମ୍‌ଏଫ୍‌ ପକ୍ଷରୁ ଦେଶରେ ଏହା ପ୍ରଥମ ପଦକ୍ଷେପ ବୋଲି ବିଭାଗୀୟ ସୂଚନା ଦିଆଯାଇଥିଲା।

ଗଭୀର ନଳକୂଅ ଓ ଜଳ ଉଠାଣ ପ୍ରକଳ୍ପ ସହିତ ୪ଟି କ୍ଷୁଦ୍ର ଜଳ ବି‌ଶୋଧନ କାରଖାନା ପ୍ରତିଷ୍ଠା କରାଯାଇଛି।

ପ୍ରତି ପଞ୍ଚାୟତରେ ୨ଟି ଲେଖାଏଁ ମୋଟ୍‌ ୮ଟି ୱାଟର ଏଟିଏମ୍‌ ପ୍ରତିଷ୍ଠା କରାଯାଇଛି।

ରାଷ୍ଟ୍ରାୟତ୍ତ ଉ‌ଦ୍ୟୋଗ ମ୍ୟାକଫ୍ ଦ୍ବାରା ନିର୍ମିତ ପ୍ରକଳ୍ପ ଓ ଏଟିଏମ୍‌ରୁ ଥରକେ ୧ ୨୦ ଲିଟର ବିଶୋଧିତ ପାଣି ଝରିବା ସହ ଇଭି ଟ୍ୟାଙ୍କର ଦ୍ବାରା ଦୂରରେ ଥିବା ହିତାଧିକାରୀଙ୍କ ଘରକୁ ପିଇବାପାଣି ପଠାଯିବା ବ୍ୟବସ୍ଥା କରାଯାଇଛି।

ସେପ୍ଟେମ୍ବର ମାସ ୧୧ ତାରିଖରେ ଲୋକାର୍ପିତ ଏହି ପ୍ରକଳ୍ପର ଏତାଦୃଶ ସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ତେଜୁଛି।

ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଶ୍ରୀ ନାଏକଙ୍କୁ ପଚାରିବାରେ ଡିଏମ୍‌ଏଫ୍‌ ଏଯାବତ୍ ଏହାର ଦାୟିତ୍ବ ହସ୍ତାନ୍ତର କରିନଥିବା କହନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)